ଓଡିଶା

odisha

ETV Bharat / city

‘ପ୍ରଶ୍ନ କଲେ BJDକୁ ବାଧୁଛି କାହିଁକି ?’ - ବିଜେପି ପ୍ରେସମିଟ

ପଛୁଆ ବର୍ଗଙ୍କ ହକ୍ ପାଇଁ ପ୍ରଶ୍ନକଲେ ରାଜ୍ୟ ସରକାରଙ୍କୁ କାହିଁକି ବାଧୁଛି ବୋଲି ପ୍ରଶ୍ନ କଲା BJP। ସରକାରଙ୍କ ଉପରେ ବର୍ଷିଲେ ଦଳର ମୁଖପାତ୍ର ସୋନାଲି ସାହୁ। ଅଧିକ ପଢନ୍ତୁ...

‘OBCଙ୍କ ସହ ଅନ୍ୟାୟ କରି ଆସିଛି ରାଜ୍ୟ ସରକାର’
‘OBCଙ୍କ ସହ ଅନ୍ୟାୟ କରି ଆସିଛି ରାଜ୍ୟ ସରକାର’

By

Published : Aug 12, 2021, 7:07 PM IST

Updated : Aug 12, 2021, 10:01 PM IST

ଭୁବନେଶ୍ବର: ପଛୁଆ ବର୍ଗଙ୍କ ହକ୍ ପାଇଁ ପ୍ରଶ୍ନ କଲେ ବିଜେଡ଼ିକୁ ବାଧୁଛି କାହିଁକି ? ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ 30 ବର୍ଷ ଧରି OBCଙ୍କ ସହ ଅନ୍ୟାୟ କରିଛନ୍ତି ରାଜ୍ୟ ସରକାର । ତେଣୁ ଏବେ ତୁରନ୍ତ ରାଜ୍ୟ ସରକାର ‘OBC ପାଇଁ 27 ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ଦାବି କଲା BJP । ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରେସମିଟର ରାଜ୍ୟ ସରକାରଙ୍କୁ ଏପରି ଭାବେ ଟାର୍ଗେଟ କରିଛନ୍ତି ଦଳୀୟ ମୁଖପାତ୍ର ସୋନାଲି ସାହୁ।

‘OBCଙ୍କ ସହ ଅନ୍ୟାୟ କରି ଆସିଛି ରାଜ୍ୟ ସରକାର’

BJP କହିଛି, ଓଡିଶାରେ 22 ବର୍ଷ ଧରି ଏକ ସ୍ଥାୟୀ ସରକାର ରହିଛି, କିନ୍ତୁ ରାଜ୍ୟରେ OBC ଏବେ ମଧ୍ୟ ଅବହେଳିତ । ମଣ୍ଡଳ କମିଶନର ରିପୋର୍ଟରେ 27 ପ୍ରତିଶତ ସଂରକ୍ଷଣ ଦେବା କଥା ଉଲ୍ଲେଖ ରହଛି, କିନ୍ତୁ ତାହା ଫାଇଲ ତଳେ ଚାପି ହୋଇଗଲା କହିଛି ଦଳ । ସେହିପରି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିଛି ଦଳ ।

1990 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଭି.ପି.ସିଂହ OBC ସଂରକ୍ଷଣ ଲାଗୁ କରିବା ପାଇଁ କହିଥିଲେ । କିନ୍ତୁ ତତ୍କାଳୀନ ଓଡିଶାର ମୁଖ୍ୟମନ୍ତ୍ରୀ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟକୁ ଯାଇଥିଲେ । ରାଜ୍ୟ ସରକାର ଏବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ତ ଦୂରର କଥା ଡ୍ରାମା ଆରମ୍ଭ କରିଦେଲେ । ଯେଉଁ ରାଜ୍ୟରେ 52 ପ୍ରତିଶତରୁ ଅଧିକ OBC ବାସ କରନ୍ତି, ସେଠାରେ ରାଜ୍ୟ ସରକାର ହିଁ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାର ଛଡେଇ ନେଇଛନ୍ତି ବୋଲି କହିଛି ବିଜେପି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Aug 12, 2021, 10:01 PM IST

ABOUT THE AUTHOR

...view details