ଓଡିଶା

odisha

ETV Bharat / city

କାହିଁକି ସାମ୍ବାଦିକଙ୍କ ଲୋକସେବା ଭବନକୁ ପ୍ରବେଶ ବାରଣ ?

ବିଧାନସଭାରେ ଉଠିଲା ସାମ୍ବାଦିକଙ୍କ ଲୋକସେବା ଭବନ ପ୍ରବେଶ ଉପରେ କଟକଣା । ଉତ୍ତର ରଖିଲେ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ । ଅଧିକ ପଢନ୍ତୁ...

Lokseva bhawan
Lokseva bhawan

By

Published : Sep 2, 2021, 3:24 PM IST

Updated : Sep 2, 2021, 3:37 PM IST

ଭୁବନେଶ୍ବର: ବିଧାନସଭାରେ ଉଠିଲା ସାମ୍ବାଦିକଙ୍କ ଲୋକସେବା ଭବନ ପ୍ରବେଶ ଉପରେ କଟକଣା । ଆଜି (ଗୁରୁବାର) ପ୍ରଶ୍ନକାଳରେ ବିଧାୟକ ଭବାନୀ ଶଙ୍କର ଭୋଇ ଏକ ଲିଖିତ ପ୍ରଶ୍ନ କରି ପଚାରିଛନ୍ତି କି, DAVP ଅନୁମୋଦନ ପାଇଥିବା ଓ ବର୍ଷ ବର୍ଷ ଧରି ଖବର ପରିବେଷଣ କରିଆସୁଥିବା ପାକ୍ଷିକ, ସାପ୍ତାହିକ ଓ ଦୈନିକ ଖବର କାଗଜ ଗୁଡିକ ରାଜ୍ୟ ସରକାରଙ୍କ ସୂଚନା ଲୋକସମ୍ପର୍କ ବିଭାଗର କେବେ ଅନୁମୋଦନ ପାଇବ ?

ସେହିପରି କୋଭିଡ ଟିକା ନେଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ କେବେ ସୁଦ୍ଧା ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିବ ? କାହିଁକି ଲୋକସେବା ଭବନକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ଭବାନୀ ଶଙ୍କର ।

ଉତ୍ତରରେ ସୂଚନା ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଥିଲେ, DAVP ଅନୁମୋଦନ ପାଇବାକୁ ଥିବା ଖବର କାଗଜ ଗୁଡିକ ବିଭାଗର ବିଚାରଧିନ ରହିଛି । ଏହାସହ ଲୋକସବେ ଭବନକୁ ସାମ୍ବାଦିକଙ୍କ ପ୍ରବେଶ କଟକଣା ସ୍ବରାଷ୍ଟ୍ର ବିଭାଗ ଅନ୍ତର୍ଭୁକ୍ତ । ମହାମାରୀ ପାଇଁ ସତର୍କତା ମୂଳକ ସ୍ବରୂପ କଟକଣା ଲାଗିଛି ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

Last Updated : Sep 2, 2021, 3:37 PM IST

ABOUT THE AUTHOR

...view details