ଓଡିଶା

odisha

ETV Bharat / city

କିଏ ଧରିବ ରାଜ୍ୟ ବିଜେପି ମଙ୍ଗ ? ଡିସେମ୍ବରରେ ଚୟନ - ରାଜ୍ୟ ବିଜେପି

ସାଙ୍ଗଠନିକ ପୁନର୍ବିନ୍ୟାସ ପାଇଁ ଅଙ୍କକଷା ଆରମ୍ଭ କଲାଣି ରାଜ୍ୟ ବିଜେପି । ବସନ୍ତ ପଣ୍ଡାଙ୍କ ପରେ କିଏ ହେବ ରାଜ୍ୟ ବିଜେପି ସଭାପତି । ରେସରେ ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ରହିଛନ୍ତି । ତେବେ ଡିସେମ୍ବରରେ ଜଣାପଡିବ କାହା ହାତକୁ ଯିବ ଦାୟିତ୍ବ ।

ପ୍ରତିକାତ୍ମକ ଫଟୋ

By

Published : Sep 3, 2019, 6:47 PM IST

ଭୁବନେଶ୍ବର: କିଏ ଧରିବ ରାଜ୍ୟ ବିଜେପି ମଙ୍ଗ ? ସଭାପତି ପଦକୁ ନେଇ ଆରମ୍ଭ ହୋଇ ଯାଇଛି ଅଙ୍କକଷା । ଦୌଡରେ ଅଛନ୍ତି ବରିଷ୍ଠ ନେତା କନକବର୍ଦ୍ଧନ ସିଂଦେଓ ଏବଂ ରାଜ୍ୟ ଉପସଭାପତି ସମୀର ମହାନ୍ତି । ଯଦିଓ ଏହି ପଦ ପାଇଁ ଅନେକ ଦାବିଦାର ରହିଛନ୍ତି ତେବେ ‘ଗୋଟିଏ ଲୋକ ଗୋଟିଏ ପଦ’ ଆଧାରରେ ଏହି ଦୁଇ ବ୍ୟକ୍ତିଙ୍କ ମଧ୍ୟରୁ କାହାକୁ ମିଳିବ ଦାୟିତ୍ବ ? ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଭୁବନେଶ୍ବର


ରାଜ୍ୟ ବିଜେପିର ଉପସଭାପତି ଥିବା ସମୀର ମହାନ୍ତିଙ୍କ ନାଁ ସଭାପତି ପଦ ପାଇଁ ଚର୍ଚ୍ଚା ହେଉଛି । ସେ ସଂଘ ପରିବାରର ଜଣେ ସକ୍ରିୟ ସଦସ୍ୟ ରହିଛନ୍ତି । ଏଥିସହ ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମରେ ମନ୍ତବ୍ୟ ଦେଇ ସମୀର ବିଜେପି କେନ୍ଦ୍ର ନେତାଙ୍କ ଗୁଡବୁକରେ ଅଛନ୍ତି।


ସେହିପରି କେ ଭି ସିଂଦେଓ ମଧ୍ୟ ଅନ୍ୟତମ ପ୍ରମୁଖ ଦାବିଦାର ରହିଛନ୍ତି । ପୂର୍ବରୁ ସେ ସଭାପତି ପଦରେ ରହି ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି । ବିଧାୟକ ଦଳ ନେତା ଭବେ ବି ତାଙ୍କର କାର୍ଯ୍ୟଦକ୍ଷତା ରହିଛି । ଦିଲ୍ଲୀ ଦରବାରରେ ତାଙ୍କର ଭଲ ଲବି ମଧ୍ୟ ଅଛି । ତେଣୁ ତାଙ୍କୁ ମଧ୍ୟ ଦଳ ଏହି ପଦ ଦେଇପାରେ ବୋଲି ଆଶା ରହିଛି ।

ସେପଟେ ଜୁଲାଇ ୬ରୁ ଆରମ୍ଭ ହୋଇଥିବା ସଦସ୍ୟ ସଂଗ୍ରହ ଅଭିଯାନ ୨୦ ତାରିଖରେ ଶେଷ ହୋଇଛି । ଏଥିରେ ପାଖାପାଖୀ ୫୦ ଲକ୍ଷ ସଦସ୍ୟ ସଂଗ୍ରହ କରିଥିବା ଦଳ ଦାବି କରୁଛି । ସଦସ୍ୟ ସଂଗ୍ରହ ଅଭିଯାନ ଶେଷ ହେବା ପରେ ସାଙ୍ଗଠନିକ ସ୍ଥିତି ମଜବୁତ ପାଇଁ ଦଳ ଅଣ୍ଟା ଭିଡିସାରିଛି । ସପ୍ଟେମ୍ବର ୧୧ରୁ ୩୦ ତାରିଖ ଭିତରେ ଦଳ ବୁଥ୍‌ ସ୍ତରର ସଭାପତି ଚୟନ କରିବ । ଅକ୍ଟୋବର ୧୧ରୁ ୩୧ ଭିତରେ ମଣ୍ଡଳ ସଭାପତି ବାଛିବ । ଏହାପରେ ଜିଲ୍ଲା ସଭାପତି ଚୟନ କରାଯିବ । ଡିସେମ୍ବର ୧ରୁ ୧୫ ତାରିଖ ଭିତରେ ରାଜ୍ୟ ସଭାପତି ଚୟନ କରାଯିବ । ସାଂଗଠନିକ ନିର୍ବାଚନକୁ ସୁପରିଚାଳନା କରିବାକୁ ୩୦୦ରୁ ଅଧିକ ନେତୃବୃନ୍ଦଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଛି । ୩୬ଟି ସାଂଗଠନିକ ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀ ଓ ସହ ନିର୍ବାଚନ ଅଧିକାରୀ ମନୋନୀତ ହୋଇଛନ୍ତି । ଆସନ୍ତା ୫ରେ ଦଳ କାର୍ଯ୍ୟାଳୟରେ ଏନେଇ ଏକ କର୍ମଶାଳା ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ


ABOUT THE AUTHOR

...view details