ଓଡିଶା

odisha

ETV Bharat / city

ନନ୍ଦନକାନନକୁ ଆସିବେ ନୂଆ ଅତିଥି

ନନ୍ଦନକାନନକୁ ଆସିବେ ନୂଆ ଅତିଥି । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ଧଳା ଗଣ୍ଡା ଓ ଆଫ୍ରିକୀୟ ସିଂହ।

By

Published : Jan 24, 2020, 9:07 PM IST

nandankanan
ନନ୍ଦନକାନନକୁ ଆସିବେ ନୂଆ ଅତିଥି

ଭୁବନେଶ୍ବର: ନନ୍ଦନକାନନକୁ ଆସିବେ ନୂଆ ଅତିଥି । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ଧଳା ଗଣ୍ଡା ଓ ଆଫ୍ରିକୀୟ ସିଂହ। ସିଙ୍ଗାପୁରରୁ ଧଳା ଗଣ୍ଡା ଆସିବାକୁ ଥିବାବେଳେ ଓ ଶ୍ରୀଲଙ୍କାରୁ ଆସିବ ଆଫ୍ରିକୀୟ ସିଂହ ।

nandankanan

ଏପରିକି ଅନେକ ବନ୍ୟପ୍ରାଣୀ ବି ଆସିବାର ଯୋଜନା ରହିଛି। ନନ୍ଦନକାନନରେ ସମସ୍ତ ସିଂହ ଗୁଡିକର ବୟସ ହୋଇଯିବା କାରଣରୁ ସିଂହ ଲୋପ ପାଇବାରେ ଲାଗିଛି। ଯେଉଁଥିଲାଗି ନନ୍ଦନକାନନ କର୍ତ୍ତୃପକ୍ଷ ବିଦେଶରୁ ବନ୍ୟପ୍ରାଣୀ ଆଣିବା ପାଇଁ ଚିନ୍ତା କରିଛନ୍ତି।

ଏଥିସହ ନନ୍ଦନକାନନରେ ରୋପ ୱେ ପଏଣ୍ଟକୁ ଯିବା ପାଇଁ ଟଏ ଟ୍ରେନ ରାସ୍ତାରେ ଓଭର ବ୍ରିଜ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବସିଥିବା ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details