ଓଡିଶା

odisha

ETV Bharat / city

ରାଜ୍ୟରେ ଆସନ୍ତା ତିନି ଦିନ ରହିବ ଗୁଳୁଗୁଳି

ଆସନ୍ତା ତିନି ଦିନ ମଧ୍ୟରେ ରାଜ୍ୟରେ ତତଲା ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

By

Published : May 7, 2019, 7:55 PM IST

ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ଫନିର ପ୍ରକୋପ ପରେ ଏବେ ତାତିର ପ୍ରକୋପ ସହିବେ ରାଜ୍ୟବାସୀ । ଆସନ୍ତା ତିନି ଦିନ ରାଜ୍ୟରେ ତତଲା ପବନ ବହିବ ବୋଲି ପାଣିପାଗ ବିଭାଗ ଦେଇଛି ସୂଚନା । ସେପଟେ ପଶ୍ଚିମ ଓଡିଶା ଓ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା 40 ଡିଗ୍ରୀ ଉପରକୁ ବୃଦ୍ଧି ପାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ତେବେ ଗତ କାଲିର ରେକର୍ଡ ଅନୁଯାୟୀ ଟିଟିଲାଗଡ଼ରେ ତାପମାତ୍ରା 42 ଡିଗ୍ରୀ ଥିବା ବେଳେ ଆଉ ଦୁଇରୁ ତିନି ଦିନ ଭିତରେ ତାପମାତ୍ରା 45 ଡ଼ିଗ୍ରୀକୁ ଛୁଇଁବ ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details