ଓଡିଶା

odisha

ETV Bharat / city

କେବେ ଚାଲିବ ହରିଦାସପୁର-ପାରାଦୀପ ପାସେଞ୍ଜର ଟ୍ରେନ; ଜବାବ ଦିଅନ୍ତୁ କେନ୍ଦ୍ର ରେଳମନ୍ତ୍ରୀ

ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳପଥର ପରୀକ୍ଷାମୂଳକ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ କରିଛି । ତେବେ ଏହାକୁ ନେଇ କେନ୍ଦ୍ରାପଡା ଜିଲ୍ଲାର ଲୋକପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର ରେଳମନ୍ତ୍ରୀ ଏନେଇ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି। ଅଧିକ ଖବର ପଢନ୍ତୁ...

କେବେ ଚାଲିବ ହରିଦାସପୁର-ପାରାଦୀପ ପାସେଞ୍ଜର ଟ୍ରେନ; ଜବାବ ଦିଅନ୍ତୁ ରେଳମନ୍ତ୍ରୀ
କେବେ ଚାଲିବ ହରିଦାସପୁର-ପାରାଦୀପ ପାସେଞ୍ଜର ଟ୍ରେନ; ଜବାବ ଦିଅନ୍ତୁ ରେଳମନ୍ତ୍ରୀ

By

Published : Aug 2, 2020, 8:04 PM IST

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ହରିଦାସପୁର-ପାରାଦୀପ ରେଳପଥର ପରୀକ୍ଷାମୂଳକ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ କରିଛି । ତେବେ ଏହି ମାଲବାହୀ ଟ୍ରେନ ଆରମ୍ଭ ଦିନ ଠାରୁ ହିଁ କିଛି ଅଞ୍ଚଳରେ ଏହାକୁ ବିରୋଧ କରାଯିବା ସହ ଟ୍ରେନ ରୋକ କରାଯାଇଥିଲା। ଯାହାକୁ ନେଇ ପୂର୍ବତଟ ରେଳପଥ ପକ୍ଷରୁ ଏପରି ନ କରିବାକୁ ଜନସାଧାରଣଙ୍କୁ ଶନିବାର ନିବେଦନ କରାଯାଇଛି।

ତେବେ ଏହାକୁ ନେଇ କେନ୍ଦ୍ରାପଡା ଜିଲ୍ଲାର ଲୋକପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ର ରେଳମନ୍ତ୍ରୀ ଏନେଇ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି। ରେଳବାଇ କର୍ତ୍ତୃପକ୍ଷଙ୍କ ବିଭିନ୍ନ ଚିଠିକୁ ନଜରରେ ରଖି ଜିଲ୍ଲାର ବିଧାୟକମାନେ କହିଛନ୍ତି ଯେ 'ରେଳପଥର କାର୍ଯ୍ୟ ଶେଷ ହେବା ପରେ ଟ୍ରେନ ଚଳାଚଳ ଆରମ୍ଭ କରିଛି'। ତେବେ ପୂର୍ବତଟ ରେଳବାଇ ପକ୍ଷରୁ ଏହାକୁ ଟ୍ରାଏଲ ରନ କୁହାଯାଉଥିବା ବେଳେ ସେମାନେ ଏହାକୁ ମିଥ୍ୟା ବୋଲି କହିଛନ୍ତି।

କେବେ ଚାଲିବ ହରିଦାସପୁର-ପାରାଦୀପ ପାସେଞ୍ଜର ଟ୍ରେନ; ଜବାବ ଦିଅନ୍ତୁ ରେଳମନ୍ତ୍ରୀ

ଲାଇନ କମିଶନିଂ ହୋଇ ସାରିବା ପରେ ଟ୍ରାଏଲ ରନ ଯାହା କୁହାଯାଇଛି ତାହା କିପରି ସମ୍ଭବ ବୋଲି କହିଛନ୍ତି। ସେହିପରି ଏହା ତିନୋଟି ଜିଲ୍ଲାର ବହୁପ୍ରତିକ୍ଷିତ କାମ ଥିବାରୁ ଲୋକମାନେ ଏହି ଲାଇନରେ ପାସେଞ୍ଜର ଟ୍ରେନ ଚଳାଇବାକୁ ଦାବି କରୁଛନ୍ତି। ଯାହା ଫଳରେ ଲୋକମାନଙ୍କୁ ଜୀବିକା ମିଳିବା ସହ ଏଠାକାର ଅର୍ଥନୀତିକୁ ଗତିଶୀଳ କରିବା ଦିଗରେ ବହୁ ସହାୟକ ହେବ।

ରେଳବାଇ ପକ୍ଷରୁ ଯେଉଁ କଥା କୁହାଯାଇଛି କି, ତାହା ସାଧାରଣ ଜନତାଙ୍କୁ ଆଶଙ୍କା ଘେରକୁ ନେଇଥିବା ବେଳେ ଏନେଇ ରେଳମନ୍ତ୍ରୀ ପିୟୁଷ ଗୋଏଲ ସ୍ପଷ୍ଟୀକରଣ ଦେବାକୁ ସେମାନେ ଦାବି କରିଛନ୍ତି । କେବେ ସୁଦ୍ଧା ଏହି ଅଞ୍ଚଳର ଲୋକମାନେ ପାସେଞ୍ଜର ଟ୍ରେନର ସୁବିଧା ପାଇ ପାରିବେ ସେ ନେଇ ତାରିଖ ଧାର୍ଯ୍ୟ କରନ୍ତୁ ବୋଲି ସେମାନେ ଅନୁରୋଧ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details