ଓଡିଶା

odisha

ETV Bharat / city

‘ଇସ୍ତାହାରର ଅର୍ଥ ବୁଝିନାହିଁ ଶାସକ ଦଳ’ - bjd

ଶାସକ ଦଳ ବିଜେଡିକୁ ବିଜେପିର ପାଲଟା ଜବାବ । ଶାସକ ଦଳ ଏବେ ଔଷଧ ବିକଳରେ ତାଟିଆ କାମୁଡୁଥିବା କଟାକ୍ଷ କରିଛନ୍ତି ବିଜେପି ଇସ୍ତାହାର କମିଟିର ଅଧ୍ୟକ୍ଷ ବିଶ୍ବଭୂଷଣ ହରିଚନ୍ଦନ । ରାଜ୍ୟ ବିଜେପି ନିର୍ବାଚନୀ ଇସ୍ତାହାର ପ୍ରକାଶ ପରେ ଶାସକ ଦଳ ଏହାକୁ ନେଇ ସମାଲୋଚନା କରିଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Apr 8, 2019, 5:37 PM IST


ଭୁବନେଶ୍ବର: ରାଜ୍ୟ ବିଜେପି ନିର୍ବାଚନୀ ଇସ୍ତାହାର ପ୍ରକାଶ ପରେ ଏହାକୁ ସମାଲୋଚନା କରିଥିଲା ଶାସକ ଦଳ । ପୂର୍ବ ପ୍ରତିଶ୍ରୁତି କୁଆଡେ ଗଲା ପ୍ରଶ୍ନ କରିବା ସହ ଇସ୍ତାହାରକୁ ମିଛ ପ୍ରତିଶୃତି କହିବାକୁ ପଛେଇ ନଥିଲା ବିଜେଡି। ଏହାର ପାଲଟା ଜବାବ ଦେବାକୁ ଯାଇ ବିଜେପି ଇସ୍ତାହାର କମିଟିର ଅଧ୍ୟକ୍ଷ ବିଶ୍ବଭୂଷଣ ହରିଚନ୍ଦନ କହିଥିଲେ ଶାସକ ଦଳ ଏବେ ଔଷଧ ବିକଳରେ ତା'fଆ କାମୁଡୁଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଯଦି ନିର୍ବାଚନୀ ଇସ୍ତାହର କଣ ବିଜେଡି ବୁଝିଥାନ୍ତା, ତେବେ ଏଭଳି ଅଭିଯୋଗ ରଖିନଥାନ୍ତା । ସାଢେ 4 କୋଟି ଓଡ଼ିଆଙ୍କୁ ନିଜ ପରିବାର କହୁଥିବା ମୁଖ୍ୟମନ୍ତ୍ରୀ କେଉଁ ଭାଷାରେ ନିଜ ପରିବାର ସଦସ୍ୟଙ୍କ ସହ କଥା ହୁଅନ୍ତି ବୋଲି ପ୍ରଶ୍ନ କରିଛି ବିଜେପି । ଏହା ରାଜ୍ୟବାସୀଙ୍କୁ ପ୍ରତାରଣା ସଦୃଶ।

ସେପଟେ, ମୁଖ୍ୟମନ୍ତ୍ରୀଙ୍କ ଫିଟନେସ ଭିଡିଓକୁ ନେଇ ମଧ୍ୟ ସମାଲୋଚନା କରିଛନ୍ତି ବିଶ୍ଵ ଭୂଷଣ। ୨ ଟଙ୍କିଆ ଚାଉଳ ପ୍ରସଙ୍ଗରେ କେନ୍ଦ୍ର ଉପରେ ଦୋଷ ଲଦିବା ଅଭିଯୋଗକୁ ନେଇ ବିଶ୍ୱଭୂଷଣ କହିଛନ୍ତି ମୁଖ୍ୟମନ୍ତ୍ରୀ ମିଛ କହିବା ବନ୍ଦ କରନ୍ତୁ। ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି ସେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details