ଓଡିଶା

odisha

ETV Bharat / city

ଉଦଘାଟିତ ହେଲା ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ - boudh museum Revealed

ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟିତ ହେଲା ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଂଗ୍ରହାଳୟ ଉଦଘାଟନ କରିବା ସହିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ମଧ୍ୟ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ...

ଉଦଘାଟିତ ହେଲା ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ
ଉଦଘାଟିତ ହେଲା ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ

By

Published : Jan 2, 2021, 9:49 PM IST

Updated : Jan 2, 2021, 10:27 PM IST

ବୌଦ୍ଧ: ବୌଦ୍ଧ ଜିଲ୍ଲାର 27ତମ ପ୍ରତିଷ୍ଠା ଦିବସ ଅବସରରେ ନୂତନ ସଂଗ୍ରହାଳୟର ଉଦଘାଟିତ । ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟକୁ ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ବୌଦ୍ଧ ଜିଲ୍ଲା ପ୍ରଶାସନର ଉଦ୍ୟମ କ୍ରମେ ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ମଧ୍ୟ ଶୁଭ ଉନ୍ମୋଚନ କରିଥିଲେ ।

ଉଦଘାଟିତ ହେଲା ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ

ସର୍ବମୋଟ ୪୪ କୋଟି ଟଙ୍କାର ୧୮ଟି ପ୍ରକଳ୍ପର ଉଦଘାଟନ କରାଯାଇଛି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ୩ଟି ଦୁଗ୍ଧ ଶୀତଳିକରଣ ପ୍ରକଳ୍ପ, ରାସ୍ତାର ବିସ୍ତାର ଓ ପ୍ରସ୍ତୁତି କରଣ ଏବଂ ନୂତନ ରାସ୍ତା ନିର୍ମାଣ ସାମିଲ କରାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏହା ଦ୍ବାରା ବୌଦ୍ଧ ଜିଲ୍ଲାର କଳା, ସଂସ୍କୃତି ଓ ଐତିହ୍ୟର ପ୍ରଚାର ଓ ପ୍ରସାର ହେବ । ଏଥିସହିତ ବିକାଶ ସମସ୍ତଙ୍କ ପାଖରେ ପହଞ୍ଚି ପାରିବ ।

ଉଦଘାଟିତ ହେଲା ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ
ଉଦଘାଟିତ ହେଲା ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ବର୍ଷରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଭିଡିଓ କନଫରେନସିଂ ମାଧ୍ୟମରେ ଲୋକାର୍ପଣ ସହିତ ଶୁଭେଚ୍ଛା ଜଣାଇଥିଲେ ।

ଉଦଘାଟିତ ହେଲା ପଶ୍ଚିମ ଓଡ଼ିଶାର ପ୍ରଥମ ସଂଗ୍ରହାଳୟ

କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଶ୍ରମ ମନ୍ତ୍ରୀ ସୁଶାନ୍ତ କୁମାର ସିଂ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିଲେ ।


ଭୁବନେଶ୍ବରରୁ ତପନ କୁମାର ଦାସ ଓ ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Jan 2, 2021, 10:27 PM IST

ABOUT THE AUTHOR

...view details