ଓଡିଶା

odisha

ETV Bharat / city

ଭୁବନେଶ୍ୱରରେ କଡାକଡି ହେବ ସପ୍ତାହାନ୍ତ ସଟଡାଉନ

ରାଜଧାନୀରେ କଡାକଡି ହେବ ସପ୍ତାହନ୍ତ ସଟଡାଉନ । ଜଳ ବଣ୍ଟନ, ରେଲୱେ ଷ୍ଟେସନରେ ଯାତ୍ରୀ, ବିମାନ ବନ୍ଦରରେ ଟ୍ୟାକ୍ସି ସେବା ଏବଂ ଅତ୍ୟାବଶ୍ୟକ ସେବାକୁ କଟକଣାରୁ ବାଦ୍ ଦିଆଯାଇଛି । ଅଧିକ ପଢନ୍ତୁ...

ଭୁବନେଶ୍ୱରରେ କଡାକଡି ହେବ ସପ୍ତାହାନ୍ତ ସଟଡାଉନ
ଭୁବନେଶ୍ୱରରେ କଡାକଡି ହେବ ସପ୍ତାହାନ୍ତ ସଟଡାଉନ

By

Published : Apr 23, 2021, 7:23 PM IST

ଭୁବନେଶ୍ବର: ରାଜଧାନୀରେ କଡାକଡି ହେବ ସପ୍ତାହାନ୍ତ ସଟଡାଉନ । ଶୁକ୍ରବାର ରାତ୍ରିରୁ ଆରମ୍ଭ ହେବ ଏହି ସଟଡାଉନ । ଜଳ ବଣ୍ଟନ, ରେଲୱେ ଷ୍ଟେସନରେ ଯାତ୍ରୀ, ବିମାନ ବନ୍ଦରରେ ଟ୍ୟାକ୍ସି ସେବା ଏବଂ ଅତ୍ୟାବଶ୍ୟକ ସେବାକୁ କଟକଣା ରହିତ କରାଯାଇଛି । ରାଜଧାନୀବାସୀଙ୍କୁ ନିବେଦନ କରାଯାଉଛି ଏହାକୁ ମାନନ୍ତୁ । କୋଭିଡ ସମ୍ପର୍କିତ ଯେ କୌଣସି ସମସ୍ୟା ପାଇଁ ୧୯୨୯ କଲ ସେଣ୍ଟରର ସହାୟତା ନିଅନ୍ତୁ ବୋଲି କହିଛନ୍ତି ବିଏମସି କମିଶନର ।

ଭୁବନେଶ୍ୱରରେ କଡାକଡି ହେବ ସପ୍ତାହାନ୍ତ ସଟଡାଉନ
ପଶ୍ଚିମବଙ୍ଗରେ ଥାର୍ଡ ମ୍ୟୁଟାଣ୍ଟ ଭୁତାଣୁ ଚିହ୍ନଟ ହୋଇଥିବାରୁ ରାଜ୍ୟ ସରକାର ବଙ୍ଗ ପ୍ରବାସୀଙ୍କ ପାଇଁ କଟକଣା ଜାରି କରିଛନ୍ତି । ଭୁବନେଶ୍ୱର ରେଲୱେ ଷ୍ଟେସନରେ ଦୁଇଟି କାଉଣ୍ଟର ଖୋଲା ହୋଇଛି । ବିମାନ ବନ୍ଦରରେ ମଧ୍ୟ ବିଏମସି ପକ୍ଷରୁ କାଉଣ୍ଟର କରାଯାଇଛି । ଯେଉଁମାନେ ଆସୁଛନ୍ତି 48 ଘଣ୍ଟା ପୂର୍ବରୁ କୋଭିଡ ନେଗେଟିଭ ରିପୋର୍ଟ ସହ ଟୀକାକରଣର ଦୁଇଟି ଡୋଜ ସମ୍ପୂର୍ଣ୍ଣ କରିଥିବା ପ୍ରମାଣପତ୍ର ନେଇ ଆସିବା ଜରୁରୀ । ନଚେତ୍ ସରକାରୀ ସଙ୍ଗରୋଧ କେନ୍ଦ୍ର ଓ ଦେୟଯୁକ୍ତ ସଙ୍ଗରୋଧ କେନ୍ଦ୍ରରେ ରହିବା ବାଧ୍ୟତାମୂଳକ ।ଭୁବନେଶ୍ୱରରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ୩୦ ଶଯ୍ୟା ବିଶିଷ୍ଟ ଘରୋଇ ହସ୍ପିଟାଲଗୁଡିକ ସହ ଆଲୋଚନା ହୋଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ହସ୍ପିଟାଲରେ ୫୦ ପ୍ରତିଶତ ଶଯ୍ଯା କୋଭିଡ ଆକ୍ରାନ୍ତଙ୍କ ପାଇଁ ବ୍ୟବସ୍ଥା କରିବା ବାଧ୍ୟତାମୂଳକ । ସେହିପରି ରୋଗୀର ଦୈନିକ ଖର୍ଚ୍ଚ ମଧ୍ୟ ସରକାର ନିର୍ଦ୍ଧାରଣ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details