ଓଡିଶା

odisha

By

Published : Nov 17, 2020, 8:41 PM IST

ETV Bharat / city

ଆସନ୍ତା 20ରୁ ରାଜ୍ୟ ପାଣିପାଗରେ ଆସିବ ପରିବର୍ତ୍ତନ

ଆସନ୍ତା 20 ତାରିଖରୁ ରାଜ୍ୟ ପାଗରେ ପରିବର୍ତ୍ତନ ଆସିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ସ୍ବଳ୍ପ ବର୍ଷା ହେବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ...

ଆସନ୍ତା 20ରୁ ରାଜ୍ୟ ପାଣିପାଗରେ ଆସିବ ପରିବର୍ତ୍ତନ
ଆସନ୍ତା 20ରୁ ରାଜ୍ୟ ପାଣିପାଗରେ ଆସିବ ପରିବର୍ତ୍ତନ

ଭୁବନେଶ୍ବର: ଆସନ୍ତା 20ରୁ ପାଗରେ ହେବ ପରିବର୍ତ୍ତନ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଦକ୍ଷିଣ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ବୁଧବାର ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବ । ଯେହେତୁ କୌଣସି ପାଗରେ ପ୍ରତିକୂଳ ସ୍ଥିତି ନାହିଁ, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ଏହାପରେ 20ରୁ ବର୍ଷାହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ବୈଜ୍ଞାନିକ ଉମା ଶଙ୍କର ଦାଶ ସୂଚନା ଦେଇଛନ୍ତି ।

ଆସନ୍ତା 20ରୁ ରାଜ୍ୟ ପାଣିପାଗରେ ଆସିବ ପରିବର୍ତ୍ତନ
ତେବେ ପାଣିପାଗ ବିଭାଗର ସୂଚାନ ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୫.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି, ସେହିପରି ସୋନପୁର ସବୁଠୁ ଥଣ୍ଡା ସହର ଭାବେ ୧୫.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ପାହାଡିଆ ଅଞ୍ଚଳ ଭାବେ କୋରାପୁଟରେ ୧୫.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । କନ୍ଧମାଳ ଅଞ୍ଚଳରେ ଘନ କୁହୁଡି ଦେଖାଦେଇ ଥିବାବେଳେ ସୁନ୍ଦରଗଡ଼ ଓ ସୋନପୁରରେ ହାଲକା କୁହୁଡି ଦେଖା ଦେଇଛି ।
ଆସନ୍ତା 20ରୁ ରାଜ୍ୟ ପାଣିପାଗରେ ଆସିବ ପରିବର୍ତ୍ତନ
ଆସନ୍ତା 20ରୁ ରାଜ୍ୟ ପାଣିପାଗରେ ଆସିବ ପରିବର୍ତ୍ତନ


ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details