ଓଡିଶା

odisha

ETV Bharat / city

ଘଡଘଡି ବର୍ଷା ନେଇ 11 ଜିଲ୍ଲାକୁ ସତର୍କ ସୂଚନା

ଓଡିଶାର ୧୧ ଜିଲ୍ଲାରେ ବଜ୍ରପାତ ସହ ଘଡଘଡି ବର୍ଷା ନେଇ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଅଞ୍ଚଳ ମଧ୍ୟରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଘଡଘଡି ବର୍ଷା ନେଇ 11 ଜିଲ୍ଲାକୁ ସତର୍କ ସୂଚନା
ଘଡଘଡି ବର୍ଷା ନେଇ 11 ଜିଲ୍ଲାକୁ ସତର୍କ ସୂଚନା

By

Published : Sep 2, 2020, 8:31 PM IST

ଭୁବନେଶ୍ବର: ୧୧ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଅଞ୍ଚଳ ମଧ୍ୟରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି । ବିଜୁଳି ଘଡଘଡି ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦକ୍ଷିଣ ପଶ୍ଚିମ ମୌସୁମୀ ରାଜ୍ୟରେ ସକ୍ରିୟ ରହିଛି ।

ଘଡଘଡି ବର୍ଷା ନେଇ 11 ଜିଲ୍ଲାକୁ ସତର୍କ ସୂଚନା

ଆସନ୍ତା ୨୪ ଘଣ୍ଟା ବା ୩ ତାରିଖ ଗୁରୁବାର ମଧ୍ୟରେ ୧୧ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି । ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡା, ନୂଆପଡା, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, ରାୟଗଡା, ମାଲକାନଗିରି, କୋରାପୁଟ ଓ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଗଜପତି, କନ୍ଧମାଳ, ଗଞ୍ଜାମ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, ସୁନ୍ଦରଗଡ, କେଓଁଝର, ମୟୂରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଘଡଘଡି ବର୍ଷା ନେଇ 11 ଜିଲ୍ଲାକୁ ସତର୍କ ସୂଚନା

୪ ଓ ୫ ତାରିଖ ବର୍ଷାର ପରିମାଣ କମିବ ଏବଂ ପୁଣି ୬ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ଗତ ୨୪ ଘଣ୍ଟା ଭିତରେ ଦକ୍ଷିଣ ଓଡିଶା ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ରେକର୍ଡ କରାଯାଇଛି । ଖୋର୍ଦ୍ଧା, ନୟାଗଡ଼, ଭଦ୍ରକ ଓ ରାୟଗଡା ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଝାରସୁଗୁଡା ଜିଲ୍ଲା କିରିମିରା ରେ ସର୍ବାଧିକ ୧୧୦.୦ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ନୟାଗଡ଼ ଜିଲ୍ଲା ଗଣିଆ ରେ ୧୦୬.୦ ମିମି, ଭଦ୍ରକ ବନ୍ତରେ ୯୮.୦ ମିମି , ଝାରସୁଗୁଡା ଜିଲ୍ଲା ଲାଇକେରାରେ ୯୬.୨ ମିମି, କୋଲାବିରା ରେ ୮୭.୩ ମିମି, ଲାଠିକଟା ୮୨.୦ ମିମି, ମନ୍ଦିରା ଡ୍ୟାମ ୭୮.୨ ମିମି, ରାଜଗାଙ୍ଗପୁରରେ ୭୭.୮ମିମି ବର୍ଷା ରେକର୍ଡ କରାଯାଇଛି ।

ଘଡଘଡି ବର୍ଷା ନେଇ 11 ଜିଲ୍ଲାକୁ ସତର୍କ ସୂଚନା

ଜୁନ ପହିଲାରୁ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ୧୦୦୮.୨ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ଠାରୁ ୭ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ୯ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ୨୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ଦେବଗଡ଼, ଢେଙ୍କାନାଳ, ଅନୁଗୋଳ, ଭଦ୍ରକ, ଝାରସୁଗୁଡା, ବୌଦ୍ଧ, ସୁନ୍ଦରଗଡ଼, ମାଲକାନଗିରି, ବରଗଡ଼ ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ କରାଯାଇଛି । ୧୯ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ୨ ଜିଲ୍ଲା ଖୋର୍ଦ୍ଧା ଏବଂ ଗଜପତିରେ କମ ବର୍ଷା ରେକର୍ଡ କରାଯାଇଛି।

ସୁନ୍ଦରଗଡ଼ ଓ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୫.୦ଡିଗ୍ରୀ ସେ. ରେକର୍ଡ କରାଯାଇଛି । ବନ୍ୟା ଜଳ ବିଭିନ୍ନ ନଦୀରେ କମିବାକୁ ଲାଗିଛି । ହୀରାକୁଦରୁ ଏବେ ୨୪ ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ତେବେ ଏଭଲି ସମୟରେ ପୁଣି ଏକ ବର୍ଷା ସମ୍ଭାବନା ପାଣି ଘେରରେ ଥିବା ବନ୍ୟା ପ୍ରପିଡ଼ିତଙ୍କ ଦୁଃଖ ଦୁର୍ଦଶା ଆହୁରି ଦୁଇ ଗୁଣିତ କରିଛି ।


ଭୁବନେଶ୍ବରରୁ ସଞ୍ଜୀନ ରାୟ, ଇଟିଭି ଭାରତ

ABOUT THE AUTHOR

...view details