ଓଡିଶା

odisha

ETV Bharat / city

ଲଘୁଚାପ ବର୍ଷାରେ ଭିଜିବ ସାରା ଓଡିଶା - କାଳବୈଶାଖୀ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଲଘୁଚାପ ବର୍ଷାରେ ଭିଜିବ ସାରା ଓଡିଶା । କାଳବୈଶାଖୀ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ....

weather update of state
ଲଘୁଚାପ ବର୍ଷାରେ ଭିଜିବ ସାରା ଓଡିଶା

By

Published : May 12, 2020, 8:26 PM IST

ଭୁବନେଶ୍ବର: ଲଘୁଚାପ ବର୍ଷାରେ ଭିଜିବ ସାରା ଓଡିଶା । କାଳବୈଶାଖୀ ବର୍ଷା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାଶ୍ବବର୍ତ୍ତୀ ସୁମାତ୍ରା ଅଞ୍ଚଳରେ ଘୁର୍ଣ୍ଣିବଳୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ତାର ପାଶ୍ବବର୍ତ୍ତି ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼,ଦେଓଗଡ଼, ମୟୁରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ରାୟଗଡା,ଗଜପତି, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର ଓ ବାଲେଶ୍ବର ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।

ଲଘୁଚାପ ବର୍ଷାରେ ଭିଜିବ ସାରା ଓଡିଶା

ସେହିପରି ୧୪ ତାରିଖ ଗୁରୁବାର କୋରାପୁଟ,ରାୟଗଡା,ଗଜପତି, ଗଞ୍ଜାମ, କନ୍ଧମାଳ,ନୟାଗଡ଼, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଘଡଘଡି ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟାରେ ନବରଙ୍ଗପୁର ଜିଲ୍ଲାର ଝରିଗାଁରେ ସର୍ବାଧିକ ୩୩.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଟିଟିଲାଗଡ଼ ଓ ତାଳଚେରରେ ସର୍ବାଧିକ ତାପମାତ୍ରା ୪୧.୦ ଡିଗ୍ରୀ ରେକର୍ଡ କରାଯାଇଛି । ଭୁବନେଶ୍ବରରେ ୩୭. ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details