ଓଡିଶା

odisha

ETV Bharat / city

4 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା - update odisha

ଆସନ୍ତା ୨୪ ଘଣ୍ଟା ଅର୍ଥାତ ୭ ଜୁଲାଇରେ ରାଜ୍ୟରେ ବର୍ଷିବ ବର୍ଷା । ଦକ୍ଷିଣ ପୂର୍ବ ଝାଡ଼ଖଣ୍ଡ ଉପରେ ଲଘୁଚାପ ସୃଷ୍ଟି ହୋଇଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢନ୍ତୁ..

4ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା
4ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

By

Published : Jul 6, 2020, 8:56 PM IST

ଭୁବନେଶ୍ବର: ଦକ୍ଷିଣ ପୂର୍ବ ଝାଡ଼ଖଣ୍ଡ ଉପରେ ଲଘୁଚାପ । ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ରାଜ୍ୟରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ଅର୍ଥାତ ୭ ଜୁଲାଇରେ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ବଲାଙ୍ଗୀର, ବରଗଡ଼, ଝାରସୁଗୁଡା, ଦେବଗଡ଼,କେନ୍ଦୁଝର, ଅନୁଗୁଳ ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

4ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ସେହିପରି ବୁଧବାର ଅର୍ଥାତ ୮ ଜୁଲାଇରେ ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଥିବା ବେଳେ ଉତ୍ତର ଉପକୁଳ ଓଡ଼ିଶାରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଭଦ୍ରକ ଜିଲ୍ଲା ଆଖୁଆପଦା ଠାରେ ସର୍ବାଧିକ ୧୨୧.୨ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ଝାରସୁଗୁଡା ଜିଲ୍ଲା ଲାଇକେରାରେ ୧୦୧.୦ ମିମି, ଯାଜପୁରରେ ୯୮.୦ ମିମି, ନବରଙ୍ଗପୁର ୯୧.୨ ମିମି ବର୍ଷା ରେକର୍ଡ କରାଯାଇଛି।

ଗତକାଲି ଅର୍ଥାତ ରବିବାର ବାରିପଦା ଓ ନୟାଗଡ଼ରେ ୩୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଜୁନ ୧ରୁ ଜୁଲାଇ ୬ ପର୍ଯ୍ୟନ୍ତ ମୋଟ ୩୧୨.୨ ମିମି ବର୍ଷା ରେକର୍ଡ କରାଯାଇଛି,୧୩ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ମାଲକାନଗିରିରେ ୭୧ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ୨୪ ଜିଲ୍ଲାରେ ସ୍ବଭାବିକ ବର୍ଷା, ଉପକୂଳ ଓଡିଶାର ୫ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ପୁରୀ,ଖୋର୍ଦ୍ଧା, କଟକ,କେନ୍ଦ୍ରାପଡା, ଯାଜପୁର ରେ କମ ବର୍ଷା ହୋଇଛି। ସେପଟେ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ ବାରଣ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details