ଭୁବନେଶ୍ବର: ୮ ତାରିଖରୁ ଲଘୁଚାପ ବର୍ଷାରେ ଭିଜିବ ସାରା ଓଡିଶା । ୨୪ ଘଣ୍ଟାରେ ଉପକୂଳ ଓଡିଶା ସମେତ ୧୨ ଜିଲ୍ଲାକୁ ସତର୍କ ସୂଚନା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ହେବ, ଏହାର ପ୍ରଭାବରେ ୧୦ ତାରିଖରୁ ସାରା ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଆସନ୍ତା ୫, ୬, ୭ ତାରିଖରେ ବିଜୁଳି, ଘଡଘଡି ସହ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ସମେତ କୋରାପୁଟ, କନ୍ଧମାଳ, ରାୟଗଡା, ମାଲକାନଗିରି, ନବରଙ୍ଗପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କଳାହାଣ୍ଡି, ସୋନପୁର, ମୟୁରଭଞ୍ଜ ଏବଂ କେନ୍ଦୁଝରରେ ବିଜୁଳି, ଘଡଘଡି ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ବରରେ ତାପମାତ୍ରା ୩୬ ଡିଗ୍ରୀ ରହିବ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଏବଂ ପ୍ରାୟ ସ୍ଥାନରେ ବର୍ଷା ରେକର୍ଡ ହୋଇଛି।