ଭୁବନେଶ୍ବର: ଗତ 24 ଘଣ୍ଟାରେ ଉତ୍ତର ଓଡ଼ିଶାର ଏବଂ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି ।
ଗୁରୁବାର ମୟୂରଭଞ୍ଜର ବାଲିମୁଣ୍ଡଳୀରେ ସର୍ବାଧିକ ୨୪.୪ ମିମି ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । କିନ୍ତୁ ଗଞ୍ଜାମ, କୋରାପୁଟ, ନବରଙ୍ଗପୁର, ଖୋର୍ଦ୍ଧା ଏବଂ ପୁରୀରେ ବହୁତ କମ ବର୍ଷା ହେବାର ସମ୍ଭାବନା ରହିଛି ।
ଥରିବ ଓଡିଶା, ଜାରି ରହିବ ଶୀତ ଗତ ୨୪ ଘଣ୍ଟାରେ ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀ ରହିଛି । ଆସନ୍ତା ୨ ଦିନରେ ତାପମାତ୍ରା ହ୍ରାସ ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୫ରୁ ୬ ଡିଗ୍ରୀ ଏବଂ ଉପକୂଳ ଓଡିଶାରେ ୩ ରୁ ୪ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗକୁ ସାରା ରାଜ୍ୟରେ ଥଣ୍ଡା ପଡିବା ନେଇ ଆକଳନ କରିଛି ପ।ଣିପାଗ ବିଭାଗ ।
ଶକ୍ରବାର ସକାଳୁ ଅନେକ ଜିଲ୍ଲାରେ କୁହୁଡି ଦେଖା ଯାଇଥଲା । ସୁନ୍ଦରଗଡ, ସୋନପୁର, ସମ୍ବଲପୁର, ଅନୁଗୋଳ, ଝାରସୁଗୁଡା ଏବଂ ବଲାଙ୍ଗୀର ଜିଲ୍ଲାରେ ଘନ କୁହଡି ହେବା ନେଇ ୱାର୍ନିଙ୍ଗ ଜାରି କରାଯାଇଥଛି । ତେବେ ଶୁକ୍ରବାର ଭୁବନେଶ୍ବରରେ ସକାଳ ୧୦ଟା ପର୍ଯ୍ୟନ୍ତ କୁହୁଡି ଲାଗି ରହିଥିଲା । ଯେଉଁକାରଣରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା
ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ହବିବୁର ରହମାନ ବିଶ୍ବାସ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ