ଓଡିଶା

odisha

ETV Bharat / city

ସ୍ବାଭାବିକ ଠାରୁ ଏଥର ଅଧିକ ବର୍ଷା; ମାଲକାନଗିରିରେ ସର୍ବାଧିକ - weather news

ଉତ୍ତର ଓଡିଶାରେ 3ଦିନ ଧରି ଘଡଘଡି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହିତ ଚଳିତବର୍ଷ ପାଣିପାଗର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ।

ଫଟୋ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

By

Published : Sep 30, 2019, 9:25 PM IST

ଭୁବନେଶ୍ବର: ଚଳିତ ବର୍ଷ ରାଜ୍ୟରେ ସ୍ବାଭାବିକ ହୋଇଛି ମୌସୁମୀ ବର୍ଷା । ରାଜ୍ୟରେ 3 ଦିନ ଧରି ଉତ୍ତର ଓଡିଶାରେ ଘଡଘଡି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା, ଭୁବନେଶ୍ବର

ସେହିପରି ଚଳିତବର୍ଷ ପାଣିପାଗର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ । ଜୁନ ପହିଲାରୁ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ 10 ପ୍ରତିଶତ ଅଧିକ ବର୍ଷା ହୋଇଛି । 10ଟି ଜିଲ୍ଲାରେ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, କଟକ, ବରଗଡ଼, ଝାରସୁଗୁଡା, ପୁରୀ, ସୋନପୁର ଏବଂ ଗଞ୍ଜାମରେ 20 ପ୍ରତିଶତ ଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଦେଓଗଡ଼ରେ 16 ପ୍ରତିଶତ କମ ବର୍ଷା ହୋଇଛି । ଜୁନରେ ୩୧.୫ ପ୍ରତିଶତ, ଜୁଲାଇରେ ୯ ପ୍ରତିଶତ, ଅଗଷ୍ଟରେ ୨୪.୫ମିମି, ସେପ୍ଟେମ୍ବରରେ ୫୩.୭ ମିମି ବର୍ଷା ରେକର୍ଡ କରାଯାଇଛି ।

ଅପରପକ୍ଷେ ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ଆସିଥିଲା । ଜୁନ ପହିଲାରୁ ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ମାଲକାନଗିରିରେ ସର୍ବାଧିକ ୧୮୮୮.୬ ମିମି ବର୍ଷା ରେକର୍ଡ ହୋଇଛି । ଅର୍ଥାତ ସ୍ବାଭାବିକ ଠାରୁ ୩୧.୯ ପ୍ରତିଶତ ଅଧିକ ବର୍ଷା ହୋଇଛି । ଗଜପତିରେ ସବୁଠୁ କମ ୯୪୫.୮ ମିମି ବର୍ଷା ହୋଇଛି ।

ରାଜ୍ୟରେ 19ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି । ଖୋର୍ଦ୍ଧା, ନୟାଗଡ଼, ନବରଙ୍ଗପୁର, ରାୟଗଡା, ଗଜପତି, ସମ୍ବଲପୁର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଢେଙ୍କାନାଳ, ନୂଆପଡା, ବୌଦ୍ଧ, ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ଜଗତସିଂହପୁର, ଅନୁଗୁଳ ଏବଂ ବରଗଡ଼ରେ ସ୍ବାଭାବିକ ବର୍ଷା ରେକର୍ଡ କରାଯାଇଛି । ସେହିପରି ଦେଓଗଡ଼ ଜିଲ୍ଲାରେ ୧୯ ରୁ ୩୯ ପ୍ରତିଶତ ମଧ୍ୟରେ ବର୍ଷା ରେକର୍ଡ ହୋଇଛି ।

ଚଳିତ ବର୍ଷ ଜୁନ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୫୦.୨ ବର୍ଷା ରେକର୍ଡ ହୋଇଛି । ଜୁନରେ ୭.୪ ବର୍ଷା, ଜୁଲାଇରେ ୧୩.୭, ଅଗଷ୍ଟରେ ୧୪.୬ ଏବଂ ସେପ୍ଟେମ୍ବରରେ ୧୪.୫ ବର୍ଷା ରେକର୍ଡ଼ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details