ଓଡିଶା

odisha

ETV Bharat / city

ଆହୁରି ୨ ଦିନ ଜାଡ, ଘନ କୁହୁଡି ନେଇ ସତର୍କତା ଜାରି - ଓଡିଶା ପାଣିପାଗ ସୂଚନା

ଆହରୁ ୨ ଦିନ ଜାଡରେ ଥରିବ ଓଡିଶା । ଘନ କୁହୁଡି ନେଇ ସତର୍କ କରାଇଲା ଆଞ୍ଚଳିକ ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ଆହରୁ ୨ ଦିନ ଜାଡ, ଘନ କୁହୁଡି ନେଇ ସତର୍କତା ଜାରି
ଆହରୁ ୨ ଦିନ ଜାଡ, ଘନ କୁହୁଡି ନେଇ ସତର୍କତା ଜାରି

By

Published : Jan 18, 2022, 6:39 PM IST

ଭୁବନେଶ୍ବର: ଅସମ୍ଭାଳ ଜାଡ ସହ ଘନ କୁହୁଡିରେ ଅସ୍ତବ୍ୟସ୍ତ ଜନଜୀବନ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ସହରରେ ତାପମାତ୍ରା ୧୧ ଡିଗ୍ରୀ ତଳେ ରହିଥିବା ରେକର୍ଡ ହୋଇଛି । ଆହରୁ ୨ ଦିନ ମଧ୍ୟରେ ରାଜ୍ୟରେ କୁହୁଡି ପଡିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଆହରୁ ୨ ଦିନ ଜାଡ, ଘନ କୁହୁଡି ନେଇ ସତର୍କତା ଜାରି

ଅନ୍ୟପଟେ କେନ୍ଦୁଝର ଓ ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ାରେ ୯.୮, ଫୁଲବାଣୀରେ ୧୦, ଟିଟିଲାଗଡ଼ରେ ୧୦.୩, ବାରିପଦାରେ ୧୦.୫, ଚାନ୍ଦବାଲି ୧୦.୮, ସୋନପୁର ଏବଂ ନୟାଗଡ଼ରେ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘନ କୁହୁଡି ରହିବ । ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ସମ୍ଭାବନା ନେଇ ୧୧ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ବୌଦ୍ଧ, ନୟାଗଡ, କଟକ, ଅନୁଗୁଳ, ଢେଙ୍କାନାଳ ଏବଂ କଳାହାଣ୍ଡିକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

ବିଶେଷ କରି ମଧ୍ୟରାତିରୁ ସକାଳ ପର୍ଯ୍ୟନ୍ତ ସତର୍କ ରହିବା ସହ ଯାତାୟତରେ ସମସ୍ୟା ଦେଖାଦେଇପାରେ । ସତର୍କତା ଜାରି କରାଯାଇଥିବା ଜିଲ୍ଲାଗୁଡିକରେ ୨୦୦ ମିଟର ପର୍ଯ୍ୟନ୍ତ କୁହୁଡି ଦେଖାଦେବ । ଏହି ସମୟରେ ଗାଡି ଚାଳନା ଉପରେ ସତର୍କତା ଅବଲମ୍ବନ କରିବା ପାଇଁ ଚାଳକମାନଙ୍କୁ ପରାମର୍ଶ ଦିଆଯାଇଛି । ସେପଟେ ଘନ କୁହୁଡି ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ ଥିବାରୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details