ଓଡିଶା

odisha

ETV Bharat / city

ସୋମବାର ଠୁ 28 ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ଉପୁଜିପାରେ ବନ୍ୟା ସ୍ଥିତି - ଆସନ୍ତାକାଲିଠୁ 28 ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତାକାଲିଠୁ 28 ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି । ଏନେଇ ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖି ସତର୍କତା ଅବଲମ୍ବନ କରିବା ପାଇଁ କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ଆସନ୍ତାକାଲିଠୁ 28 ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ଉପୁଜିପାରେ ବନ୍ୟା ସ୍ଥିତି
ଆସନ୍ତାକାଲିଠୁ 28 ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ଉପୁଜିପାରେ ବନ୍ୟା ସ୍ଥିତି

By

Published : Aug 23, 2020, 7:20 PM IST

Updated : Aug 23, 2020, 8:13 PM IST

ଭୁବନେଶ୍ବର: ଗତ କିଛି ଦିନ ଧରି ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଏହି କ୍ରମରେ ଆସନ୍ତାକାଲିଠୁ 28 ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି । ଏନେଇ ସବୁ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଲେଖି ସତର୍କତା ଅବଲମ୍ବନ କରିବା ପାଇଁ କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ।

ଆସନ୍ତାକାଲିଠୁ 28 ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ଉପୁଜିପାରେ ବନ୍ୟା ସ୍ଥିତି

ଅତ୍ୟଧିକ ବର୍ଷା ଯୋଗୁଁ ଭୂସ୍ଖଳନ, ବନ୍ୟା, ଜଳବନ୍ଦୀ ସ୍ଥିତି ଉପୁଜିବାର ସମ୍ଭାବନା ରହିଛି । ଏଣୁ କଣ୍ଟ୍ରୋଲ ରୁମ ଖୋଲି ସ୍ଥିତି ଉପରେ 24 ଘଣ୍ଟିଆ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଡ଼ିଓ, ତହସିଲଦାର ସମେତ ସମସ୍ତ ଅଫିସରଙ୍କୁ ଆଲର୍ଟ କରିବାକୁ କୁହାଯାଇଛି ।

ଆସନ୍ତାକାଲିଠୁ 28 ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ଉପୁଜିପାରେ ବନ୍ୟା ସ୍ଥିତି
ସୋମବାର ଠୁ 28 ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ଉପୁଜିପାରେ ବନ୍ୟା ସ୍ଥିତି

ରାଜ୍ୟର ପ୍ରାୟ ସବୁ ଜିଲ୍ଲାକୁ ଏହି ବର୍ଷା ରହିଛି । ତେବେ ଜଳ ସମ୍ପଦ ବିଭାଗ କହିଛି, ଛତିଶଗଡ ଉପର ମୁଣ୍ଡରେ ବର୍ଷା ନାହିଁ । ତେଣୁ ହୀରାକୁଦ ଓ ମହାନଦୀରେ କିଛି ସମସ୍ୟା ହେବନାହିଁ । ଝାଡଖଣ୍ଡ ଉପରମୁଣ୍ଡରେ ବର୍ଷା ହେବ । ବୈତରଣୀ ନଦୀରେ ଜଳସ୍ତର ବଢିବ । ବର୍ତ୍ତମାନ ସବୁ ନଦୀର ଜଳ ସ୍ତର ବିପଦ ସଙ୍କେତ ତଳେ ରହିଛି ବୋଲି ଜଳ ସମ୍ପଦ ବିଭାଗତର ମୁଖ୍ୟ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Aug 23, 2020, 8:13 PM IST

ABOUT THE AUTHOR

...view details