ଭୁବନେଶ୍ବର: ସ୍ବାସ୍ଥ୍ୟ ସେବାକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପିଲ ଉପରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓଡିଶା ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କେନ୍ଦ୍ର ସରକାର ବିପିଏଲ ମାପଦଣ୍ଡ ହଟାଇ ଦେଲେ ଆମେ ତତ୍କାଳ ଯୋଜନା ଲାଗୁ କରିବୁ।
ବିପିଏଲ ମାପଦଣ୍ଡ ବାଦ ଦେଲେ ଆୟୁଷ୍ମାନ ଭାରତ ଲାଗୁ କରିବୁ: ସ୍ୱାସ୍ଥ୍ୟମନ୍ତ୍ରୀ - ସ୍ୱାସ୍ଥ୍ୟ ସେବାପାଇଁ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅପିଲ ଉପରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଓଡିଶା ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ବିପିଏଲ ମାପଦଣ୍ଡ ବାଦ ଦେଲେ ଆମେ ତତ୍କାଳ ଆୟୁଷ୍ମାନ ଭାରତ ଲାଗୁ କରିବୁ କହିଲେ ସ୍ବାସ୍ଥ୍ୟମନ୍ତ୍ରୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
ସ୍ୱାସ୍ଥ୍ୟ ସେବାପାଇଁ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କୋଶର ଦାସ
ରାଜ୍ୟ ସରକାର ଯେଉଁ ସାର୍ବଜନୀନ ସ୍ବାସ୍ଥ୍ୟ ସେବା ଯୋଜନା ଲାଗୁ କରିଛନ୍ତି ତାହା ଉଭୟ ବିପିଏଲ ଓ ଏପିଏଲଙ୍କ ପାଇଁ । କୌଣସି ବାଛବିଚାର କରାଯାଇ ନାହିଁ । ତେଣୁ କେନ୍ଦ୍ର ସରକାର ଆମ ପ୍ରସ୍ତାବରେ ରାଜି ହେଲେ ଯୋଜନା କାର୍ଯ୍ୟକାରୀ କରିବାରେ ଅସୁବିଧା ନାହିଁ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ