ଭୁବନେଶ୍ବର: ଓଡିଶା ଫେରିଲେ ହକି ତାରକା ବୀରେନ୍ଦ୍ର ଲାକ୍ରା । ବେଲଜିୟମ ଗସ୍ତରେ ଯାଇଥିବା ଭାରତୀୟ ହକି ଟିମ୍ ବେଲଜିୟମ ଗସ୍ତ ବେଶ ଫଳପ୍ରଦ ହୋଇଥିବା କହିଛନ୍ତି । ଦଳ ତାର ଦୋଷ ତ୍ରୁଟିକୁ ସୁଧାରିବାରେ ଲାଗିଛି । ଯାହାଫଳରେ ଖେଳାଯାଇଥିବା 5ଟି ମ୍ୟାଚକୁ ଦଳ ଜିତିବାରେ ସକ୍ଷମ ହୋଇଛି । ଏବେବି ପ୍ରତି ଖେଳାଳି ଅଲମ୍ପିକ କ୍ବାଲିଫାଏ ପାଇଁ ନିରନ୍ତର ପ୍ରୟାସ ଜାରି ରଖିବା ସହିତ ନିଜର ଟିକିନିଖି ଦୁର୍ବଳତାକୁ ସଜାଡ଼ିବା ଉପରେ ଧ୍ୟାନ ଦେଉଥିବା କହିଛନ୍ତି ବୀରେନ୍ଦ୍ର ଲାକ୍ରା ।
ସୂଚନାଯୋଗ୍ୟ କି ଆସନ୍ତା ମାସରେ ଭାରୀତୀୟ ଟିମ ଆଉ ଏକ ଅଲମ୍ପିକ କ୍ବାଲିଫାଏ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଋଷିଆ ସହିତ ଖେଳିବ । ସେଥିପାଇଁ ଭାରତୀୟ ଟିମ ଖୁବଶୀଘ୍ର ଓଡ଼ିଶାରେ ପହଞ୍ଚି ତାର କ୍ୟାମ୍ପ ଆରମ୍ଭ କରିବାର ସୂଚନା ମିଳିଛି ।
ଅନ୍ୟପଟେ ରାଜ୍ୟ ଖେଳ ଓ ଯୁବ ସେବା ବିଭାଗ ଏବଂ ହକି ଇଣ୍ଡିଆ ଭଳି ଦେଶର ବଡ଼ ଖେଳ ସଂଗଠନ ଗଣମାଧ୍ୟମକୁ ଭୁଲ ସୂଚନା ଦେଉଥିବା ନଜରକୁ ଆସିଛି । ଭାରତୀୟ ପୁରୁଷ ହକି ଟିମ ଗତମାସରେ ବେଲଜିୟମ ଗସ୍ତ କରିଥିଲେ । ଏହି ଗସ୍ତରେ ଭାରତୀୟ ଟିମର ସଦସ୍ୟ ଥିବା ଖେଳାଳୀ ଆଜି ଓଡିଶା ଫେରିବାର ସୂଚନା ଦିଆଯାଇଥିଲା ।
ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର ଯାହାକି ହକି ଇଣ୍ଡିଆ ଓ ଓଡିଶା ଖେଳ ବିଭାଗ ପକ୍ଷରୁ ଏହାର କଭର କରିବା ପାଇଁ ସେମାନଙ୍କ ଅଫିସିଆଲ ଗ୍ରୁପ ଓ ମେଲ ମାଧ୍ୟମରେ ସୂଚନା ଦିଆଯାଇ ସେ ଇଂଲଣ୍ଡ ଗସ୍ତରୁ ଫେରୁଥିବା କୁହାଯାଇଥିଲା । ହେଲେ ଭାରତୀୟ ଟିମ ବେଲଜିୟମ ଗସ୍ତ କରିଥିଲେ । ଏପରିକି ସେ ସକାଳ 9 ଟା 2ମିନିଟ ସମୟରେ ଆସିବାକୁ କୁହାଯାଇଥିଲା ।ତେବେ ଏହି ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ମଧ୍ୟ ଏହି ସମୟ ବିଳମ୍ବ ଥିବା ଜାଣିବାକୁ ପାଇଥିଲେ । ପାଖାପାଖି 3ଘଣ୍ଟା ଅପେକ୍ଷା କରି ରହିଥିଲେ ଯାହାକି ସେମାନଙ୍କ ମଧ୍ୟରେ ବହୁ ଅସନ୍ତୋଷ ସୃଷ୍ଟି କରିଥିଲା । ଏପରିକି ସେମାନେ କିଛି ସୂଚନା ପାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ନ ଥିବା ଦେଖିବାକୁ ମିଳିଥିଲା । ଏହାଛଡା ଭୁଲକୁ ବିଭାଗ ତରଫରୁ ସ୍ବୀକାର କରାଯାଇନଥିବା ସୂଚନା ମିଳିଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ