ଓଡିଶା

odisha

ETV Bharat / city

ଆମେ 2030 ପର୍ଯ୍ୟନ୍ତ ନିର୍ବାଚନ ପାଇଁ ପ୍ରସ୍ତୁତ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ରାଜ୍ୟର 10 ଆକାଂକ୍ଷୀ ଜିଲ୍ଲାକୁ ଗସ୍ତ କରିବେ 10 କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମିଛରେ ଆସି ଯଦି କିଛି କାର୍ଯ୍ୟକ୍ରମ କରୁଥିବେ ଠିକ ନୁହେଁ । ଯଦି ସେମାନେ 2024 ନିର୍ବାଚନ ପ୍ରସ୍ତୁତି ନେଇ ଆସିଥିବେ, ତେବେ ଆମେ 2030 ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଅଛୁ ବୋଲି କହିଛନ୍ତି ରଣେନ୍ଦ୍ର । ଅଧିକ ପଢନ୍ତୁ

By

Published : Apr 12, 2022, 10:00 PM IST

ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ଭୁବନେଶ୍ବର: ରାଜ୍ୟର 10 ଆକାଂକ୍ଷୀ ଜିଲ୍ଲାକୁ ଗସ୍ତ କରିବେ 10 କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ମିଛରେ ଆସି ଯଦି କିଛି କାର୍ଯ୍ୟକ୍ରମ କରୁଥିବେ ଠିକ ନୁହେଁ । ଯଦି ସେମାନେ 2024 ନିର୍ବାଚନ ପ୍ରସ୍ତୁତି ନେଇ ଆସିଥିବେ, ତେବେ ଆମେ 2030 ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଅଛୁ ବୋଲି କହିଛନ୍ତି ରଣେନ୍ଦ୍ର ।

ଆମେ 2030 ଯାଏଁ ନିର୍ବାଚନ ପାଇଁ ପ୍ରସ୍ତୁତ: ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ

ରଣେନ୍ଦ୍ର କହିଛନ୍ତି ଯେ, ଭାରତବର୍ଷ ସମସ୍ତଙ୍କର । ଯିଏ ଯେଉଁଠି କି ଯାଇ ଆସି ପାରିବେ । 2X2 = 4 । ସେଇଟା 5 ହେବନାହିଁ । ସେମାନେ ବୁଝିବା ଦରକାର ଆମେ କଣ କରିଛୁ । ଯଦି ଆମର କାର୍ଯ୍ୟକ୍ରମ ଭୁଲ ଥିବ ଆମେ ସୁଧାର ହେବୁ । ସେମାନେ ଭୁଲ ବାହାର କରିବେ ନାହିଁ, ମିଛରେ ଆସି କିଛି କାର୍ଯ୍ୟକ୍ରମ କରୁଥିବେ ଠିକ ନୁହେଁ । 2024 ଛାଡି ଆମେ 2030 ପର୍ଯ୍ୟନ୍ତ ପ୍ରସ୍ତୁତ ଅଛୁ । ସେମାନେ ବହୁତ ରିପୋର୍ଟ ଦେଇଛନ୍ତି । ଓଡିଶାର ଅସ୍ମିତା ଓ କାର୍ଯ୍ୟକ୍ରମ ପାଇଁ 2030 ଲାଗି ଆଗରେ ଅଛୁ । ବିକାଶ ମୂଳକ ସ୍ଥିତି ପରଖିବାକୁ ରାଜ୍ୟର 10 ଆକାଂକ୍ଷୀ ଜିଲ୍ଳାକୁ ଗସ୍ତ କରିବା ଆରମ୍ଭ କରିଛନ୍ତି 10 କେନ୍ଦ୍ରମନ୍ତ୍ରୀ ।

ଆଜିଠୁ ଆରମ୍ଭ ହୋଇଛି କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ । କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ । କୋରାପୁଟରେ ଗସ୍ତରେ ଯାଇଥିବା ବେଳେ 13 ଓ 14ରେ ଢେଙ୍କାନାଳ ଜିଲ୍ଳା ଗସ୍ତ କରିବେ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଅନ୍ୟ ମନ୍ତ୍ରୀ ବିଭିନ୍ନ ଜିଲ୍ଲା ଗସ୍ତ କରି ସମୀକ୍ଷା କରିବେ । ଆକାଂକ୍ଷୀ ଜିଲ୍ଳାରେ ଉନ୍ନୟନ ମୂଳକ କାମ, କେନ୍ଦ୍ରୀୟ ଅନୁଦାନର କାର୍ଯ୍ୟକାରୀତା ଜିଲ୍ଲାରେ କାର୍ଯ୍ୟକ୍ଷମ ହେଉଥିବା ପ୍ରକଳ୍ପ ବୁଲି ଦେଖିବେ । 20 ତାରିଖ ସୁଦ୍ଧା ସମୀକ୍ଷା ସାରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details