ଓଡିଶା

odisha

ETV Bharat / city

ହାତୀ ମୃତ୍ୟୁ ଘଟଣାରେ ଜଳସମ୍ପଦ ମନ୍ତ୍ରୀଙ୍କ ସୂଚନା, ଜଙ୍ଗଲ ବିଭାଗରୁ ପ୍ରସ୍ତାବ ଆସିଲେ ନିଆଯିବ ପଦକ୍ଷେପ - ଜଳ ସମ୍ପଦ ମନ୍ତ୍ରୀ

ମହାନଦୀର ମୁଣ୍ଡୁଳୀ ଠାରେ ହାତୀ ଭାସିଯାଇ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଲେ ଜଳସମ୍ପଦ ମନ୍ତ୍ରୀ । କହିଲେ ବନ ବିଭାଗ ପକ୍ଷରୁ କିଛି ପ୍ରସ୍ତାବ ଆସିଲେ ଗ୍ରହଣ କରାଯାଇପାରେ ପଦକ୍ଷେପ । ଅଧିକ ପଢନ୍ତୁ...

ହାତୀ ମୃତ୍ୟୁ ଘଟଣାରେ ଜଳ ସମ୍ପଦ ମନ୍ତ୍ରୀଙ୍କ ସୂଚନା , ଜଙ୍ଗଲ ବିଭାଗରୁ ପ୍ରସ୍ତାବ ଆସିଲେ ନିଆଯିବ ପଦକ୍ଷେପ
ହାତୀ ମୃତ୍ୟୁ ଘଟଣାରେ ଜଳ ସମ୍ପଦ ମନ୍ତ୍ରୀଙ୍କ ସୂଚନା , ଜଙ୍ଗଲ ବିଭାଗରୁ ପ୍ରସ୍ତାବ ଆହାତୀ ମୃତ୍ୟୁ ଘଟଣାରେ ଜଳ ସମ୍ପଦ ମନ୍ତ୍ରୀଙ୍କ ସୂଚନା , ଜଙ୍ଗଲ ବିଭାଗରୁ ପ୍ରସ୍ତାବ ଆସିଲେ ନିଆଯିବ ପଦକ୍ଷେପସିଲେ ନିଆଯିବ ପଦକ୍ଷେପ

By

Published : Sep 30, 2021, 4:27 PM IST

ଭୁବନେଶ୍ବର:ମୁଣ୍ଡୁଳିରେ ନଦୀରେ ଭାସି ହାତୀ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଲେ ଜଳ ସମ୍ପଦ ମନ୍ତ୍ରୀ । ଏପରି ଘଟଣାକୁ ରୋକିବା ଲାଗି ଜଙ୍ଗଲ ବିଭାଗ ପକ୍ଷରୁ ଜଳସମ୍ପଦ ବିଭାଗକୁ କିଛି ପ୍ରସ୍ତାବ ଆସିଲେ ଏନେଇ ବିଚାର ହେବା ପରେ ଯାହା କିଛି ପଦକ୍ଷେପ ଗ୍ରହଣ କରାଯାଇପାରିବା ନେଇ ମତ ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ।

ହାତୀ ମୃତ୍ୟୁ ଘଟଣାରେ ଜଳ ସମ୍ପଦ ମନ୍ତ୍ରୀଙ୍କ ସୂଚନା , ଜଙ୍ଗଲ ବିଭାଗରୁ ପ୍ରସ୍ତାବ ଆସିଲେ ନିଆଯିବ ପଦକ୍ଷେପ

ଜଳ ସମ୍ପଦ ମନ୍ତ୍ରୀ କହିଛନ୍ତି ଯେ, ଏଭଳି ଅଘଟଣ ଏଡ଼ାଇବା ଲାଗି ଜଙ୍ଗଲ ବିଭାଗ କିଛି ଯୋଜନା କରୁଥାଇପାରେ । ଏନେଇ ହୁଏତ PCCF ବିଚାର କରୁଥାଇପାରନ୍ତି, କିନ୍ତୁ ଜଳମ୍ପଦ ବିଭାଗ ପାଖକୁ ଏପର୍ଯ୍ୟନ୍ତ କୌଣସି ପ୍ରସ୍ତାବ ଆସିନାହିଁ । ଯଦି ଏ ସମ୍ପର୍କରେ କୌଣସି ପ୍ରସ୍ତାବ ଆସେ, ତେବେ ତାହାର ସମ୍ଭାବ୍ୟତାକୁ ବିଚାର କରି ନିଷ୍ପତ୍ତି ନିଆଯିବ । ସବୁ ଦିଗକୁ ବିଚାର ବିମର୍ଶ କରି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ହାତୀ ଜଳପଥ ଦେଇ ଆବାହନ କାଳରୁ ଯିବା ଆସିବା କରୁଛନ୍ତି । ଯେଉଁ ସମୟରେ ନଦୀରେ ପ୍ରଖର ସ୍ରୋତ ଥିବ, ସେହି ସମୟରେ କିଛି ଅଘଟଣ ଘଟିବ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏମିତି କିଛି ଅଘଟଣ ଘଟିଥାଏ । ମାତ୍ର ଏପରି ଅଘଟଣକୁ ଏଡ଼ାଇବା ପାଇଁ ଆବଶ୍ୟକତା ଦେଖି ପଦକ୍ଷେପ ବା ନିଷ୍ପତ୍ତି ନିଆଯିବ ବୋଲି ରଘୁନନ୍ଦନ କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details