ଭୁବନେଶ୍ବର: ରାଜ୍ୟରେ ଜଳସେଚନର ସୁପରିଚାଳନା ଲାଗି ବିଭାଗ ନେଇଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ରାଜ୍ୟର ସମସ୍ତ ଜିଲ୍ଲାରେ ଜଳସେଚନର ସୁପରିଚାଳନା ପାଇଁ ନିୟୋଜିତ ହେଲେ ଜଳ ପ୍ରଭାରୀ ।
ରାଜ୍ୟ ଜଳ ସମ୍ପଦ ବିଭାଗ ତରଫରୁ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ, ବରିଷ୍ଠ ପଦାଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ଵରେ ରଖାଯାଇ ଜଳ ପ୍ରଭାରୀ ଭାବେ ଦାୟିତ୍ବ ନ୍ୟସ୍ତ କରାଯାଇଛି । ରାଜ୍ୟ ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ୩୦ଟି ଜିଲ୍ଲାର ଜଳ ପ୍ରଭାରୀ ନିୟୋଜିତ କରିଛନ୍ତି ।
ଜଳ ପ୍ରଭାରୀମାନେ ସେମାନଙ୍କୁ ଦାୟିତ୍ବ ଦିଆଯାଇଥିବା ଜିଲ୍ଲାରେ ଜଳ ସମ୍ପଦର ସୁବିନିଯୋଗ ଓ ଜଳ ସେଚନ ବ୍ୟବସ୍ଥା ବୁଝିବେ । ଏଥିସହ ପ୍ରତି ମାସରେ ଥରେ ସମ୍ପୃକ୍ତ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ ତଥା ତଦାରଖ କରିବେ ।