ଭୁବନେଶ୍ବର: ମହାନଦୀର ଉପର ମୁଣ୍ଡରେ ଛତିଶଗଡର ବ୍ୟାରେଜ ନିର୍ମାଣ ସୃଷ୍ଟି କରିଛି ଜଳସଙ୍କଟ । ଫଳରେ ଓଡିଶା ପ୍ରଭାବିତ ହେଉଛି । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ।
ମହାନଦୀ ସମ୍ପର୍କିତ ପ୍ରଶ୍ନ ବିଧାନସଭାରେ ଉଠାଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏହାର ଲିଖିତ ଉତ୍ତର ରଖିଛନ୍ତି ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ । ସେ କହିଛନ୍ତି ଯେ, ଛତିଶଗଡ ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିବା ଦ୍ୱାରା ଜଳସଙ୍କଟ ସୃଷ୍ଟି ହୋଇଛି । ଅଣ ମୌସୁମୀ ସମୟରେ ହୀରାକୁଦରେ 2020/21 ମସିହାରେ 1.185 ଏକର ଫୁଟ ଜଳ ପ୍ରବେଶ ରେକର୍ଡ କରାଯାଇଛି ।