ଭୁବନେଶ୍ବର:ଖରା ଦିନ ଆରମ୍ଭ ହୋଇସାରିଲାଣି, ଖରାରୁ ଉପଶମ ମିଳିବା ପାଇଁ ଜଳ ହିଁ ଏକମାତ୍ର ପାନୀୟ ସମ୍ପଦ । ହେଲେ ଖରା ଦିନ ପାଣି ନମିଳିବା ବା ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେବା ଏକ ବଡ଼ ବିପଦ । ଏଭଳି ଚାଞ୍ଚଲ୍ୟକର ତଥ୍ୟ ଆସିଛି ରାଜ୍ୟ ରାଜଧାନୀ ଭୁବନେଶ୍ବରରୁ । ସହରି ଜୀବନରେ ବଡ ବଡ ଅଟାଳିକା ଠାରୁ ଆରମ୍ଭ କରି ବସ୍ତିରେ ମଧ୍ୟ ଦେଖାଦେଇଛି ଜଳ କଷ୍ଟ । ଯାହାକୁ ନେଇ ସାଧାରଣ ଲୋକେ ସରକାରଙ୍କ ଦ୍ୱାରା ଯୋଗାଇ ଦିଆ ଯାଉଥିବା ସୁବିଧା ସୁଯୋଗ ଉପରେ ଆଙ୍ଗୁଳି ଉଠାଇଛନ୍ତି । ସେପଟେ ପ୍ରଶାସନର ଯୁକ୍ତି ଏହାର ତୁରନ୍ତ ସମାଧାନ ହେବ।
ଦୀପ ତଳ ଅନ୍ଧାର, ରାଜଧାନୀବାସୀଙ୍କୁ ମିଳୁନି ପିଇବା ପାଣି - ଜଳ କଷ୍ଟ
ଖରା ଦିନ ଆରମ୍ଭ ହେଉହେଉ ଭୁବନେଶ୍ବରରେ ଦେଖାଦେଇଛି ଜଳର ଉତ୍କଟ ସମସ୍ୟା । କେବଳ ବସ୍ତି ଅଞ୍ଚଳ ନୁହେଁ ବଡବଡ ଅଟ୍ଟାଳିକାରେ ମଧ୍ୟ ଦେଖାଦେଇଛି ଜଳାଭାବ । ଦେଖନ୍ତୁ ଏହି ରିପୋର୍ଟ...
ସେପଟେ ଭୁବନେଶ୍ୱର ସହରରେ ଜଳ ଯୋଗାଣ ଠିକ ରହିଛି। ନୂଆ ପାଇପ ଲାଇନ ଓ ଟ୍ୟାପ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ବସ୍ତିରେ ପାଣି ପହଂଚିବା ନେଇ ବିଏମସି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ହେଲେ ଯଦି ନିର୍ଦ୍ଧିଷ୍ଟ ଅଭିଯୋଗ ଆସେ ତାହାକୁ ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ।
ରାଜଧାନୀରେ ଉତ୍କଟ ଜଳ ସମସ୍ୟାକୁ ତୁରନ୍ତ ସମାଧାନ କରିବାର ଆବଶ୍ୟକତା ରହିଛି ନଚେତ ଆଗକୁ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଅଧିକ ରହିଛି, ଯାହା ସାଧାରଣ ଲୋକଙ୍କୁ ଅସହ୍ୟ ଜଳ କଷ୍ଟ ଦେବ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ