ଓଡିଶା

odisha

ETV Bharat / city

General Election: ବିରୋଧୀଙ୍କ ଦାବି, ବିଜେଡିର ଦମ୍ଭୋକ୍ତି - ସାଧାରଣ ନିର୍ବାଚନକୁ ନେଇ ଅବଗଣଣା

2022ରୁ ଆରମ୍ଭ ହୋଇଯାଇଛି 2024 ସାଧାରଣ ନିର୍ବାଚନ ନେଇ ଅବଗଣନା ! ଆଜିର ଦିନରେ ଲୋକସଭା ନିର୍ବାଚନ ହେଲେ ସମ୍ଭାବ୍ୟ ଫଳାଫଳ ନେଇ ଏକ ଜାତୀୟ ଗଣମାଧ୍ୟମ ସର୍ଭେ କରିଛି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଅଧିକ ପଢନ୍ତୁ

ସାଧାରଣ ନିର୍ବାଚନ2024: ବିରୋଧୀଙ୍କ ଦାବି, ବିଜେଡିର ଦମ୍ଭୋକ୍ତି
ସାଧାରଣ ନିର୍ବାଚନ2024: ବିରୋଧୀଙ୍କ ଦାବି, ବିଜେଡିର ଦମ୍ଭୋକ୍ତି

By

Published : Jul 30, 2022, 10:45 PM IST

ଭୁବନେଶ୍ବର: 2022ରୁ ଆରମ୍ଭ ହୋଇଯାଇଛି 2024 ସାଧାରଣ ନିର୍ବାଚନ ନେଇ ଅବଗଣନା । ଆଜିର ଦିନରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଲେ ସମ୍ଭାବ୍ୟ ଫଳାଫଳ ନେଇ ଏକ ଜାତୀୟ ଗଣମାଧ୍ୟମ ସର୍ଭେ କରିଛି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି ।

2024 ଲୋକସଭା ନିର୍ବାଚନରେ ଓଡ଼ିଶାରେ ‘ଏନଡିଏ’ 11ଟି, କଂଗ୍ରେସ 2ଟି ଓ ବିଜେଡି 8ଟି ଆସନରେ ବିଜୟୀ ହୋଇପାରନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ସର୍ଭେରୁ ଜଣାପଡିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ଆମର ସର୍ଭେ କହୁଛି, ଆମେ 15 ରୁ 18 ଲୋକସଭା ସିଟ ହାତେଇବୁ । ଏନେଇ ରଣନୀତି ପ୍ରସ୍ତୁତ ହୋଇଛି । ଲଗାତାର ଭାବେ କେନ୍ଦ୍ରମନ୍ତ୍ରୀ ମାନେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଗୃହ ମନ୍ତ୍ରୀ ଅମିତ ଶାହା ଆସନ୍ତା ମାସରେ ଆସିବେ ।

ସାଧାରଣ ନିର୍ବାଚନ2024: ବିରୋଧୀଙ୍କ ଦାବି, ବିଜେଡିର ଦମ୍ଭୋକ୍ତି

ଅନ୍ୟପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, କଂଗ୍ରେସ 9 ରୁ 90 ହେବ । 2014 ରେ ସରକାର ଗଢିବାକୁ ବିଜେଡି ଓ ବିଜେପି ଯେଉଁ ସ୍ୱପ୍ନ ଦେଖୁଛନ୍ତି, ତାହା ସଫଳ ହେବନାହିଁ ବୋଲି କହିଛନ୍ତି ତାରା ।

ସେପଟେ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳା କହିଛନ୍ତି ଯେ, 2024 ରେ ବିରୋଧୀ ଶୂନ୍ୟ ହେବ ଓଡ଼ିଶା । ବିଜେଡି 147 ବିଧାୟକ ଓ 21 ସାଂସଦ ପଦ ହାତେଇବ । ବିଜେଡି ସଙ୍ଗଠନ ତୃଣମୂଳ ସ୍ତରରେ ସୁଦୃଢ ହୋଇଛି । ଲୋକଙ୍କ ସମସ୍ୟା ସହ ଯୋଡ଼ି ହୋଇଛି ବିଜେଡି । ବିରୋଧୀଙ୍କ କିଛି ହାୱା କାମ ଦେବନି । ବିଜେପି ଯେଉଁ ସ୍ୱପ୍ନ ଦେଖୁଛି ସେ ସ୍ୱପ୍ନ ପୁରଣ ହେବନି । ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ସଫା ହୋଇଯାଇଛି । ଆଗକୁ ସାଧାରଣ ନିର୍ବାଚନର ବି ସଫା ହୋଇଯିବେ । ଓଡ଼ିଆ ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରାଗଲା ବିଜେଡି ସମର୍ଥନ ଦେଲା । ଏହାକୁ ନେଇ ବିଜେପି ଶକ୍ତି ବୃଦ୍ଧି ପାଇବ ବୋଲି ଭାବିବା ଭୂଲ । ରାଜ୍ୟରେ କଂଗ୍ରେସ ଓ ବିଜେପି ଏକ ହୋଇଯାଇଛନ୍ତି । ବିଜେଡି ଯେତିକି ଭୋଟ ପାଇଥିଲା ତାହା ବଢ଼ିଛି । କିନ୍ତୁ କଂଗ୍ରେସ ଭୋଟ ବିଜେପିକୁ ଯାଇଛି । କଂଗ୍ରେସ ଲଢ଼ିବା ଅବସ୍ଥାରେ ନାହିଁ । ତାଙ୍କ ଭୋଟ କଂଗ୍ରେସ ଫେରାଇ ଅଣାନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details