ଓଡିଶା

odisha

ETV Bharat / city

ଏମ୍ସରେ କାର୍ଯ୍ୟକ୍ଷମ ହେବ VRDL - ଏମ୍ସ

ଏମ୍ସରେ କାର୍ଯ୍ୟକ୍ଷମ ହେବ ଭାଇରସ୍ ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଲାବ୍ରୋଟୋରୀ। ଭୁବନେଶ୍ୱର ରାଜ୍ୟ ସ୍ତରୀୟ ଭାଇରସ୍ ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀ (VRDL) ଭାବରେ ଓଡିଶା ରାଜ୍ୟ ପାଇଁ ମହାମାରୀ ପରିଚାଳନା ପାଇଁ ନ୍ୟାସନାଲ୍ ୱାଇଡ୍ ନେଟୱାର୍କ ଅଫ୍ ଲାବୋରେଟୋରୀ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଇଁ ଅନୁମୋଦିତ ହୋଇଛି। ଅଧିକ ପଢନ୍ତୁ...

ଏମ୍ସରେ କାର୍ଯ୍ୟକ୍ଷମ ହେବ VRDL
ଏମ୍ସରେ କାର୍ଯ୍ୟକ୍ଷମ ହେବ VRDL

By

Published : Mar 19, 2021, 5:27 PM IST

Updated : Mar 19, 2021, 5:58 PM IST

ଭୁବନେଶ୍ୱର: ଏମ୍ସରେ କାର୍ଯ୍ୟକ୍ଷମ ହେବ ଭାଇରସ୍ ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଲାବ୍ରୋଟୋରୀ। ଭୁବନେଶ୍ୱର ରାଜ୍ୟ ସ୍ତରୀୟ ଭାଇରସ୍ ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀ (VRDL) ଭାବରେ ଓଡିଶା ରାଜ୍ୟ ପାଇଁ ମହାମାରୀ ପରିଚାଳନା ପାଇଁ ନ୍ୟାସନାଲ୍ ୱାଇଡ୍ ନେଟୱାର୍କ ଅଫ୍ ଲାବୋରେଟୋରୀ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଇଁ ଅନୁମୋଦିତ ହୋଇଛି।

ଏମ୍ସରେ କାର୍ଯ୍ୟକ୍ଷମ ହେବ VRDL
ଦେଶରେ ଡେଙ୍ଗୁ, ସ୍ୱାଇନ୍ ଫ୍ଲୁ, ରୋଟାଭାଇରସ୍, ମିଳିମିଳା ରୁବେଲା ଇତ୍ୟାଦିର ବାର୍ଷିକ ମହାମାରୀ ରିପୋର୍ଟ ଆସିଛି। ଏହା ବ୍ୟତୀତ ବିଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତରେ ନିପା ଭାଇରସ୍ ଭଳି ତୀବ୍ର ବା ବାହ୍ୟ ଜୀବାଣୁଙ୍କ ଅନୁପ୍ରବେଶ ହେବାର ଆଶଙ୍କା ଦେଖାଦେଇଛି।

ଭାଇରସ୍ ରିସର୍ଚ୍ଚ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଲାବୋରେଟୋରୀ (VRDLS)ର ଏକ ଶୃଙ୍ଖଳା ସ୍ଥାପନ ପାଇଁ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା VRDL ଯୋଜନା ଅନୁମୋଦନ କ୍ରମେ ଏହି ପଦକ୍ଷେପ ନିଆଯାଇଛି। ଏହି ଜୀବାଣୁଙ୍କୁ ଠିକ ସମୟରେ ଚିହ୍ନଟ ଏବଂ ଜେନେଟିକ୍ ଅଧ୍ୟୟନ ପାଇଁ ସକ୍ଷମ ହେବ ।

ଏମ୍ସ ଭୁବନେଶ୍ୱରର ମାଇକ୍ରୋବାୟୋଲୋଜି ବିଭାଗ ଗତ ଏକ ବର୍ଷ ମଧ୍ୟରେ କୋଭିଡ-19 ଆରଟିପିସିଆର ପରୀକ୍ଷଣ ପାଇଁ ଓଡିଶା ଏବଂ ପଶ୍ଚିମବଙ୍ଗର ସମସ୍ତ ମେଡିକାଲ ଏବଂ ସରକାରୀ ପ୍ରତିଷ୍ଠାନ ପାଇଁ ମେଣ୍ଟର ଇନଷ୍ଟିଚ୍ୟୁଟ ଭାବରେ ନିରନ୍ତର କାର୍ଯ୍ୟ କରିଛି । ଏହାବ୍ୟତୀତ COVID-19 RTPCR ପରୀକ୍ଷା କରିବା ବ୍ୟତୀତ ପ୍ରାୟ 90 ହଜାର ନମୁନା ଉପରେ ଓଡ଼ିଶାର ଦ୍ୱିତୀୟ COVID-19 RTPCR ପରୀକ୍ଷା କେନ୍ଦ୍ର ଭାବରେ ସ୍ଥାନ ପାଇଛି। ଯାହାକୁ ନେଇ ଏମ୍ସରେ VRDL କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Mar 19, 2021, 5:58 PM IST

ABOUT THE AUTHOR

...view details