ଓଡିଶା

odisha

ETV Bharat / city

ଆରମ୍ଭ ହେଲା ଶେଷ ପର୍ଯ୍ୟାୟ ମହାଲଢେଇ - bjp

6 ଲୋକସଭା ଆସନରେ ପଡୁଛି ଭୋଟ । ଚତୁର୍ଥ ପର୍ଯ୍ୟାୟ ମତଦାନ ମହାପର୍ବରେ ସାମିଲ ହୋଇ ପୋଲିଂ ବୁଥରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ଜନତା ଜନାର୍ଦ୍ଦନ।

ଫଟୋ ସୌଜନ୍ୟ: ଇନପୁଟ ଡେକ୍ସ

By

Published : Apr 29, 2019, 7:11 AM IST

ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ଶେଷ ପର୍ଯ୍ୟାୟ ଲଢେଇ । 6 ଲୋକସଭା ଆସନରେ ପଡୁଛି ଭୋଟ । ଚତୁର୍ଥ ପର୍ଯ୍ୟାୟ ମତଦାନ ମହାପର୍ବରେ ସାମିଲ ହୋଇ ପୋଲିଂ ବୁଥରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ଜନତା ଜନାର୍ଦ୍ଦନ। ପୂର୍ବ ପ୍ରସ୍ତୁତି ମୁତାବକ ମକ ପୋଲିଂ ପରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି। ଆଜି (ସୋମବାର) 6ଟି ଲୋକସଭା ଓ 41ଟି ବିଧାନସଭା ଆସନରେ ଭୋଟର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁଛନ୍ତି । ୧୦ ହଜାର ୭୯୨ ମତଦାନ କେନ୍ଦ୍ରରେ ଭୋଟିଂ ହେଉଛି ।

ପ୍ରକାଶ ଯେ, 6 ଲୋକସଭା ପାଇଁ ୧୨ ମହିଳାଙ୍କ ସମେତ ମୋଟ ୫୨ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଥିବା ବେଳେ ବିଧାନସଭା ପାଇଁ ୩୪ ମହିଳା ଓ ଜଣେ ତୃତୀୟ ଲିଙ୍ଗୀ ପ୍ରାର୍ଥୀଙ୍କ ସମେତ ୩୩୬ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି ।

ଭିଡିଓ ସୌଜନ୍ୟ: ଇନପୁଟ ଡେକ୍ସ

ତେବେ ମୋଟ ୯୫ ଲକ୍ଷ ୬୫୩ ଜଣ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ଏହା ମଧ୍ୟରେ ପୁରୁଷ ଭୋଟର ସଂଖ୍ୟା ୪୯ ଲକ୍ଷ ୧୦ ହଜାର ୭୯ ଓ ମହିଳା ଭୋଟର ସଂଖ୍ୟା ୪୫ ଲକ୍ଷ ୯୮ ହଜାର ୯୭୯ । ସେହିପରି ଦିବ୍ୟାଙ୍ଗ ଭୋଟର ସଂଖ୍ୟା ୧ ଲକ୍ଷ ୮୬ ହଜାର ୪୫୫ ରହିଛି ।


4ର୍ଥ ପର୍ଯ୍ୟାୟରେ ଲୋକସଭା ଆସନ- ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡା ଆସନରେ ଭୋଟ ଗ୍ରହଣ ଆରମ୍ଭ ହେଉଛି । ଏପରିକି ଏହି 6ଟି ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ମଧ୍ୟ ଭୋଟ ଦେଉଛନ୍ତି ଭୋଟର । ସକାଳ 7ଟାରୁ ଆରମ୍ଭ ହୋଇଥିବା ବେଳେ ଭୋଟିଂ ସନ୍ଧ୍ୟା 6ଟାରେ ଶେଷ ହେବ ବୋଲି ସୂଚନା ରହିଛି ।


ପ୍ରକାଶ ଯେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର 4ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 28ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହୋଇଥିଲା । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ 5ଟି ଲୋକସଭା ଏବଂ ଏହା ଅନ୍ତର୍ଗତ 35ଟି ବିଧାନସଭା ଆସନରେ ଭୋଟ ପଡିଥିଲା । ତୃତୀୟ ପର୍ଯ୍ୟାୟରେ 6ଟି ଲୋକସଭା ଏବଂ ଏହା ଅନ୍ତର୍ଗତ 42ଟି ବିଧାସଭା ଆସନରେ ଭୋଟିଂ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details