ଓଡିଶା

odisha

ETV Bharat / city

ସ୍ମିତାରାଣୀ ମୃତ୍ୟୁ ମାମଲା; ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି - ଲେଖାଶ୍ରୀ ସାମନ୍ତ ସିଂହାର

ହରିଦାସପୁରର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁକୁ ନେଇ ବିଜେପି ବିଜେଡି ମୁହାଁମୁହିଁ ହୋଇଛନ୍ତି । ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ବିଜେଡି ମଧ୍ୟ ରାଜନୀତି ବନ୍ଦ ପାଇଁ ବିଜେପିକୁ ପରାର୍ମଶ ଦେଇଛି ।

ଡିଜାଇନ ଫଟୋ

By

Published : Oct 20, 2019, 9:44 PM IST

Updated : Oct 20, 2019, 10:23 PM IST

ଭୁବନେଶ୍ବର: ଯାଜପୁର ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁରର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ବିଜେପି ଆଜି ଆହୁରି କଠୋର ହୋଇଛି । ଗତକାଲି ଶନିବାର ଏସପିଙ୍କ ବିରୋଧରେ ହମଲା କରିଥିବା ବିଜେପି ଆଜି ପୋଲିସ ମହାନିର୍ଦ୍ଦେଶକଙ୍କୁ ସାକ୍ଷାତ କରି ଏସପି ଚରଣ ସିଂ ମୀନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଆଜି ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ ପୁଣି ଥରେ ଏସପିଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇବା ସହ ଏସପି ହତ୍ୟା ମାମଲାର ତଦନ୍ତ କରୁଥିଲେ ନା ପ୍ରେମ ସଂପର୍କକୁ ନେଇ ତଦନ୍ତ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି । ଏହାସହ ଗତକାଲି ଯେଉଁ ସବୁ ପ୍ରଶ୍ନ କରିଥିଲେ ଆଜି ପୁଣିଥରେ ସେହି ପ୍ରଶ୍ନ ପଚାରିଛନ୍ତି ଲେଖାଶ୍ରୀ । କେଉଁ ଆଧାରରେ ଏସପି ଜଣେ ମୃତ ମହିଳାଙ୍କ ଚରିତ୍ର ସଂହାର କରିବାକୁ ସାହାସ କଲେ ? ତୁରନ୍ତ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଦଳର ଏକ ଟିମ ପୋଲିସ ମହାନିର୍ଦ୍ଦେଶକଙ୍କୁ ତାଙ୍କ କ୍ୟାମ୍ପ ଅଫିସରେ ସାକ୍ଷାତ କରି ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହାସହ ତଦନ୍ତ ନାରେ ସ୍ମିତାରାଣୀଙ୍କ ସ୍ବାମୀ ଓ ଭାଇଙ୍କୁ ଥାନାରେ ଘଣ୍ଟାଘଣ୍ଟା ବସାଇବା ପିଇବାକୁ ପାଣି ଟିକେ ମଧ୍ୟ ନଦେବା କେଉଁ ପ୍ରକାର ତଦନ୍ତ ବୋଲି କହିଛନ୍ତି ।

ଏହି ପ୍ରସଙ୍ଗରେ ଦଳର ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡା କହିଛନ୍ତି ଏସପି ଯେଉଁ ଢଙ୍ଗରେ ତଦନ୍ତ କରୁଛନ୍ତି ତାହା ଉପରେ ଭରଷା ନାହିଁ । ପୀଡିତାଙ୍କୁ ନ୍ୟାୟ ଦେବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ।


ସେପଟେ ବିଜେପି କରିଥିବା ସମସ୍ତ ଅଭିଯୋଗର ଜବାବ ରଖିଛି ବିଜେଡି । ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି ଘଟଣାର ତଦନ୍ତ ଶେଷ ହୋଇନାହିଁ । ଏହା ଏକ ସ୍ପର୍ଶକତାର ବିଷୟ । ଏହାକୁ ନେଇ ରାଜନୀତି କରାନଯାଉ । ତଦନ୍ତ ପ୍ରଭାବିତ ହେବାର ଆଶଙ୍କା ରହିଛି । ବିଜେପି ସବୁ ପ୍ରସଙ୍ଗରେ ରାଜନୀତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କ ସହ ଫଟୋକୁ ନେଇ ମଧ୍ୟ ସେ କହିଛନ୍ତି ରାଜନୈତିକ ବ୍ୟକ୍ତି ଯେଉଁଠିକି ଗଲେ ମଧ୍ୟ ଲୋକ ଫଟୋ ଉଠାଇ ଥାନ୍ତି । ଏହି ଫଟୋକୁ ନେଇ ରାଜନୀତି କରିବା ବନ୍ଦ କରୁ ବିଜେପି ବୋଲି ସେ ପରାର୍ମଶ ଦେଇଛନ୍ତି ।


ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁଙ୍କ ସହ ତାପସ ପରିଡା, ଇଟିଭି ଭାରତ

Last Updated : Oct 20, 2019, 10:23 PM IST

ABOUT THE AUTHOR

...view details