ଓଡିଶା

odisha

IIT ଭୁବନେଶ୍ୱରର ନୂଆ ନିର୍ଦ୍ଦେଶକ ହେଲେ ଭିକେ ତିୱାରୀ

By

Published : Apr 3, 2022, 9:48 PM IST

ଆଇଆଇଟି ଭୁବନେଶ୍ବରର ନୂଆ ନିର୍ଦ୍ଦେଶକ ହେଲେ ଭି.କେ ତିୱାରୀ । ସେ ଏହି ଦାୟିତ୍ଵ ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଆର.ଭି ରାଜା କୁମାରଙ୍କ ଠାରୁ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

IIT ଭୁବନେଶ୍ୱରର ନୂଆ ନିର୍ଦ୍ଦେଶକ ହେଲେ ଭିକେ ତିୱାରୀ
IIT ଭୁବନେଶ୍ୱରର ନୂଆ ନିର୍ଦ୍ଦେଶକ ହେଲେ ଭିକେ ତିୱାରୀ

ଭୁବନେଶ୍ବର:ଆଇଆଇଟି ଭୁବନେଶ୍ବରର ନୂଆ ନିର୍ଦ୍ଦେଶକ ହେଲେ ଭି.କେ ତିୱାରୀ । ସେ ଏହି ଦାୟିତ୍ଵ ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଆର.ଭି ରାଜା କୁମାରଙ୍କ ଠାରୁ ଗ୍ରହଣ କରିଛନ୍ତି ।

ପୂର୍ବରୁ ପ୍ରଫେସର ଭି.କେ ତିୱାରୀ ନିର୍ଦ୍ଦେଶକ ଭାବରେ ଆଇଆଇଟି ଖଡଗପୁରରେ କାର୍ଯ୍ୟ ତୁଲାଇଛନ୍ତି । ବର୍ତ୍ତମାନ ଏପ୍ରିଲ 2 ତାରିଖରେ ଆଇଆଇଟି ଭୁବନେଶ୍ବରର ନିର୍ଦ୍ଦେଶକ ଭାବରେ ଦାୟିତ୍ଵ ଭାର ଗ୍ରହଣ କରିଛନ୍ତି । ଏହାସହ ଖଡଗପୁରର ନିର୍ଦ୍ଦେଶକ ସହିତ ଅତିରିକ୍ତ ଦାୟିତ୍ଵ ମଧ୍ୟ ରହିବ । ନିଯୁକ୍ତି ଅନିୟମିତତା ତଥା ଛାତ୍ର ମାନଙ୍କ ଛୋଟଛୋଟ ଦୋଷ ପାଇଁ ଅତ୍ୟଧିକ ଜରିମାନା ଲଗାଇବା ଭଳି ଅଭିଯୋଗରେ ପ୍ରଫେସର ଆର.ଭି ରାଜାକୁମାରଙ୍କୁ ଆଇଆଇଟି ଭାରପ୍ରାପ୍ତ ନିଦ୍ଦେର୍ଶକ ପଦରୁ ହଟାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ଆଇଆଇଟି ପରିଷଦ ପକ୍ଷରୁ ପ୍ରଫେସର କୁମାରଙ୍କୁ ତତ୍କାଳ ପ୍ରଭାବରେ ବିଦା କରି ଆଇଆଇଟି ଖଡଗପୁରର ନିର୍ଦ୍ଦେଶକ ପ୍ରଫେସର ବିରେନ୍ଦ୍ର କୁମାର ତିୱାରୀଙ୍କୁ ଦାୟିତ୍ବ ହସ୍ତାନ୍ତର କରିବା ପାଇଁ ପତ୍ର ଜାରି କରାଯାଇଥିଲା । ଏହାପରେ ଗତକାଲି(ଶନିବାର) ସନ୍ଧ୍ୟାରେ ପ୍ରଫେସର ତିୱାରୀ ଭୁବନେଶ୍ବର ଆଇଆଇଟିର ଭାରପ୍ରାପ୍ତ ନିର୍ଦ୍ଦେଶକର ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details