ଭୁବନେଶ୍ବର:ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ବିଷ୍ଣୁପଦ ସେଠୀ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । କୋଭିଡ ପରି ଘଡିସନ୍ଧି ମୁହୂର୍ତ୍ତରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ବିଷ୍ଣୁପଦ ଦାଇତ୍ୱ ବେଶ ଗୁରୁତ୍ୱ ବହନ କରୁଛି । ରାଜ୍ୟବାସୀଙ୍କୁ କୋରୋନା ନେଇ ସଚେତନ କରିବା ଲାଗି ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଗୁରୁଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଯଥା ସମ୍ଭବ ଲୋକଙ୍କୁ ସଚେତନ କରିବା ସହ ରାଜ୍ୟବାସୀଙ୍କ ପାଖରେ ସଠିକ ତଥ୍ୟ ପହଁଚାଇବା ଲାଗି ପ୍ରୟାସ କରିବେ ବୋଲି କହିଛନ୍ତି ବିଷ୍ଣୁପଦ ।
ନୂତନ ପ୍ରମୁଖ ଶାସନ ସଚିବଙ୍କ ଦାୟିତ୍ଵ ଗ୍ରହଣ ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ବିଭାଗର କାର୍ଯ୍ୟଧାରା ତଥା ମହାମାରୀ କୋରୋନା ପରିପ୍ରେକ୍ଷୀରେ ବିଭାଗ ତରଫରୁ ଜାରି ରହିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ ।