ଓଡିଶା

odisha

By

Published : Oct 30, 2019, 8:26 PM IST

ETV Bharat / city

ଦୁର୍ନୀତି ନିବାରଣ ସପ୍ତାହ; ରୋଡ ଶୋ କରି ସଚେତନର ବାର୍ତ୍ତା ଦେଲେ ଛାତ୍ରଛାତ୍ରୀ

ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଭିଜିଲାନସ ପକ୍ଷରୁ ବୁଧବାର ରୋଡ ଶୋ'ର ଆୟୋଜନ କରାଯାଇଥିଲା। ଭୁବନେଶ୍ବରର ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ  ଏହି ରୋଡ ଶୋ' ରେ ଅଂଶଗ୍ରହଣ କରି ସଚେତନତାର ବାର୍ତ୍ତା ଦେଇଥିଲେ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ଏବେ ଚାଲିଛି ଦୁର୍ନୀତି ନିବାରଣ ସପ୍ତାହ। ଦୁର୍ନୀତି ନିବାରଣ ପାଇଁ ଚାଲିଛି ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ। ଯାହାର ଏକ ଝଲକ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ । ଦୁର୍ନୀତିଖୋର ଲୋକଙ୍କୁ ସଚେତନ କରିବା ପାଇଁ ମାଧ୍ୟମ ସାଜିଛନ୍ତି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଭିଜିଲାନସ ପକ୍ଷରୁ ବୁଧବାର ରୋଡ ଶୋ'ର ଆୟୋଜନ କରାଯାଇଥିଲା । ଭୁବନେଶ୍ବରର ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଏହି ରୋଡ ଶୋ' ରେ ଅଂଶଗ୍ରହଣ କରିଥିଲେ । ପ୍ଲାକାର୍ଡ ଧରି କିପରି ଦୁର୍ନୀତି ନିବାରଣ କରାଯାଇ ପାରିବ ସେନେଇ ବାର୍ତ୍ତା ଦେଇଥିଲେ ଛାତ୍ରଛାତ୍ରୀ । ଏହି ରୋଡ ଶୋ' ଏକାମ୍ର ହାଟରୁ ବାହାରି ମାଷ୍ଟରକ୍ୟାଣ୍ଟିନ ପର୍ଯନ୍ତ ପହଞ୍ଚିଥିଲେ। ସେଠାରେ ରଙ୍ଗୋଲି ଓ ପଥପ୍ରାନ୍ତ ନାଟକ ଜରିଆରେ ଦୁର୍ନୀତିଖୋର ଲୋକଙ୍କୁ ବାର୍ତ୍ତା ଦେଇଥିଲେ ସେମାନେ । ତେବେ ଚଳିତ ବର୍ଷର ଥିମ 'ଇଣ୍ଟିଗ୍ରିଟି ଦ ୱେ ଅଫ ଲାଇଫ' ରହିଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details