ଓଡିଶା

odisha

ETV Bharat / city

ଉତ୍କଳ ଦିବସରେ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ଉପରାଷ୍ଟ୍ରପତି - ଉପରାଷ୍ଟ୍ରପତି

ଏକ ଘରୋଇ ସ୍କୁଲର ଦଶ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ୱର

By

Published : Apr 1, 2019, 9:55 PM IST

ଭୁବନେଶ୍ୱର: ଓଡିଶାରେ ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ । ଏକ ଘରୋଇ ସ୍କୁଲର ଦଶ ବର୍ଷ ପୂର୍ତ୍ତି ଅବସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ । ଆଜି ଉତ୍କଳ ଦିବସ ଥିବାରୁ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶରେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାକୁ ଗୁରୁତ୍ବ ଦେବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ୱର

ଦୀର୍ଘ ଦିନ ଧରି ବ୍ରିଟିଶ ଶାସନ ଯୋଗୁଁ ଆମ ଇତିହାସ ପାଠ୍ୟକ୍ରମ ସହ ବଦଳିଛି ଚିନ୍ତାଧାରା। ଆମ ସଂସ୍କୃତି,ଐତିହ୍ୟକୁ ଆମ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ପଡିବ । ଭାରତର ସଂସ୍କୃତିକୁ ପିଲାଙ୍କୁ ଶିଖାଇବା ସହ ଘରେ ନିଜ ମାତୃଭାଷାକୁ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ।

ଅନ୍ୟପଟେ ଆମ ଅନୁଷ୍ଠାନର ସୌଭାଗ୍ୟ କି, ଆମେ ଭାରତର ଉପରାଷ୍ଟ୍ରପତିଙ୍କୁ ପାଇଛୁ। ଉପରାଷ୍ଟ୍ରପତିଙ୍କ ଭାଷଣ ଖୁବ ଉଚ୍ଚକୋଟିର ଥିଲା । ଭାରତର କଳା, ସଂସ୍କୃତି ,ଐତିହ୍ୟ ବହୁ ପୁରୁଣା। ଆଜି ଉପରାଷ୍ଟ୍ରପତିଙ୍କ ଭାଷଣ ଏ ଅନୁଷ୍ଠାନ ପାଇଁ ସବୁବେଳେ ଅଭୁଲା ମୁହୂର୍ତ୍ତହୋଇରହିବ ବୋଲି ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ଡ଼. ବିଜୟ କୁମାର ସାହୁ କହିଛନ୍ତି।

ଭୁବନେଶ୍ବରରୁସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details