ଓଡିଶା

odisha

ETV Bharat / city

ରାଜଧାନୀରେ ଏମଭିଆଇ ଚେକିଂ, ନିୟମ ଭାଙ୍ଗିଲେ ଗଣିବେ ୩ହଜାର

ଦୁର୍ଘଟଣା ରୋକିବାକୁ ଅଭିନବ ପ୍ରୟାସ । ରାଜଧାନୀରେ ଚାଲିଛି ଏମଭିଆଇ ଚେକିଂ । ରାସ୍ତା ଉପରେ ଏମଭିଆଇ ନିୟମ ଅନୁସାରେ ଚାଲିଛି ଗାଡି ଚେକିଂ ।

By

Published : Jun 20, 2019, 11:28 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ଆକ୍ସନ ମୁଡରେ ପରିବହନ ବିଭାଗ । ଦୁର୍ଘଟଣା ରୋକିବାକୁ ଅଭିନବ ପ୍ରୟାସ । ରାଜଧାନୀରେ ଚାଲିଛି ଏମଭିଆଇ ଚେକିଂ । ରାସ୍ତା ଉପରେ ଏମଭିଆଇ ନିୟମ ଅନୁସାରେ ଚାଲିଛି ଗାଡି ଚେକିଂ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଶେଷ କରି ରାଜଧାନୀରେ ବିଗତ କିଛି ଦିନ ଧରି ଲଗାତାର ହେଉଥିବା ଦୁର୍ଘଟଣା ଯୋଗୁଁ ଏଭଳି ପଦକ୍ଷେପ ନେଇଛି ପରିବହନ ବିଭାଗ । ଏପରିକି ଏନଏଚ ଓଭର ବ୍ରିଜ ଆରମ୍ଭ ହେଉଥିବା ରସୁଲଗଡଠାରୁ ସତସଙ୍ଗ ବିହାର ପର୍ଯ୍ୟନ୍ତ ଉଭୟ ଓଭରବ୍ରିଜ ଉପରେ ଓ କଡରେ ଚେକିଂ ହୋଇଛି ।

ସେହିପରି ଆଚାର୍ଯ୍ୟବିହାର ଓଭରବ୍ରିଜ ନିକଟରେ ଓଭରବ୍ରିଜ ଉପରେ ଓ କଡରେ ଅନ୍ଯପଟେ ଖଣ୍ଡଗିରି ପଟୁ ବରମୁଣ୍ଡା ଓଭରବ୍ରିଜ ଉପରେ ଓ କଡରେ ଚେକିଂ କରାଯାଇଛି । ବିଶେଷ କରି ସ୍ପିଡ ଡ୍ରାଇଭିଂ, ତିନିଜଣିଆ ବାଇକ ଯାତ୍ରା, ହେଲମେଣ୍ଟ, ବିନାଲାଇସେନ୍ସ, ଗାଡିର ଇନସୁରାନସ ଓ ଫିଟନେସ ଭଳି ଅନେକ ଦିଗକୁ ନେଇ ଯାଞ୍ଚ କରାଯାଉଛି ।

ତେବେ ସର୍ବନିମ୍ନ ୧୦୦ ଟଙ୍କା ହେଲମେଣ୍ଟ ପାଇଁ ଦେବାକୁ ପଡୁଥିବାବେଳେ ଇନସୁରାନସ ନଥିଲେ ୧୦୦୦ ଟଙ୍କା, ଲାଇସେନ୍ସ ନଥିଲେ ୧୫୦୦ଟଙ୍କା ଗଣୁଛନ୍ତି ଗାଡି ମାଲିକ । ଚାଳକର ଲାଇସେନ୍ସ ନଥିଲେ ୫୦୦ଟଙ୍କା, ଫିଟନେସ ନଥିଲେ ୧୦୦୦ଟଙ୍କା ଦେବାକୁ ପଡୁଛି । ତେବେ ସେହି ଗାଡି ଉପରେ ବାରମ୍ବାର ଫାଇନ ଦେଲେ ଦ୍ବିତୀୟଥରକୁ ଦୁଇଗୁଣା ଫାଇନ ଭରିବାକୁ ପଡୁଛି । ଏହିପରି ଭାବରେ ଜଣପିଛା ୨ରୁ ୩ହଜାର ପର୍ଯ୍ୟନ୍ତ ଫାଇନ ହେବା ପରେ ସେହିଠାରେ ପେମେଣ୍ଟ କରୁଛନ୍ତି ।

ନଚେତ ଘରକୁ ଆସି ପରେ ପରିବହନ ଅଫିସରେ ନେଇ ଡିପୋଜିଟ କରୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଅଫିସରମାନଙ୍କ ପାଖରେ ଏପରି ମେସିନ ରହିଛି ଯେଉଁଥିରେ ଗାଡି ନମ୍ବର ଏଣ୍ଟ୍ରି କଲେ ପୂରା ଗାଡିର ଫିଟନେସ, ଲାଇସେନ୍ସ , ଇନସୁରାନସ ଆଦି ସମସ୍ତ ପ୍ରକାର ତଥ୍ୟ ବାହାରି ପଡିବ ।

ତେବେ ସେହିଠାରେ ଇନଷ୍ଟାଣ୍ଟ ଉଲଙ୍ଘନ କରୁଥିବା ଦିଗକୁ ନେଇ ଫାଇନ ଭରିବାକୁ ପଡିବ । ଏହା ଫଳରେ ଲୋକେ ସଚେତନ ହେବା ସହ ଦୁର୍ଘଟଣା ରୋକାଯାଇ ପାରିବ ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details