ଓଡିଶା

odisha

ETV Bharat / city

ସମ୍ଭାବ୍ୟ ବାତ୍ୟାକୁ ନେଇ ବଜାରରେ ଖାଉଟିଙ୍କ ଭିଡ - vegetable market full for cyclone

ସମ୍ଭାବ୍ୟ ବାତ୍ୟାକୁ ନେଇ ପରିବା ବଜାରରେ ଭିଡ । ପୂର୍ବରୁ ପନିପରିବା ଦର ଆକାଶ ଛୁଆଁ ଥିବାବେଳେ ଏବେ ବାତ୍ୟା ପ୍ରଭାବରେ ବର୍ଷା ହେବାକୁ ଥିବାରୁ ପରିବାରେ ହାତ ମାରି ହେଉନି ।

ଡିଜାଇନ ଫଟୋ

By

Published : Nov 9, 2019, 12:01 AM IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟାକୁ ନେଇ ପରିବା ବଜାରରେ ଭିଡ । ପୂର୍ବରୁ ପନିପରିବା ଦର ଆକାଶ ଛୁଆଁ ଥିବାବେଳେ ଏବେ ବାତ୍ୟା ପ୍ରଭାବରେ ବର୍ଷା ହେବାକୁ ଥିବାରୁ ପରିବାରେ ହାତ ମାରି ହେଉନି । ଭୁବନେଶ୍ବରର ଏକ ନମ୍ବର ହାଟରେ ଟମାଟୋ, ଝୁଡଙ୍ଗ, କାଙ୍କଡ ଆଦି ପରିବାର ମୂଲ୍ୟ 40 ରୁ ଅଧିକ ଥିବାବେଳେ ବିନ୍ସ କିଲୋ ପ୍ରତି 60 ଟଙ୍କା, ପୋଟଳ 60 ଟଙ୍କା ଓ ପିଆଜ 56 ଟଙ୍କା ରହିଛି । ଯେଉଁଥିଲାଗି ପରିବା ବ୍ୟାଗ ଫୁଲ୍‌ ପାଇଁ 1000ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ବଜାରରେ ଖାଉଟିଙ୍କ ଭିଡ

ସେପଟେ ଏସଆରସି ଓଡିଶାରେ ବାତ୍ୟା ମାଡ ହେବ ନାହିଁ ବୋଲି ସୂଚନା ଦେଉଥିବାବେଳେ ଗ୍ରାହକମାନେ କିନ୍ତୁ ପରିବା ଯେତେ ରେଟ୍‌ ହେଲେ ବି କିଣୁଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକଙ୍କ ଭିତରେ ଭୟ ଥିବାରୁ ଲୋକମାନେ ପରିବା ବଜାରରେ ଭିଡ ଲଗାଇଥିବା କୁହାଯାଉଛି ।

ତେବେ ପୂର୍ବରୁ ପରିବା ଦର ବଢିଥିବାବେଳେ ଏବେ ସମ୍ଭାବ୍ୟ ବାତ୍ୟା ଆସୁଥିବାରୁ ନିକଟରେ ପରିବା ଦର କମିବା ଆଶା କମ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details