ଓଡିଶା

odisha

ETV Bharat / city

'ବାତ୍ୟା ନଷ୍ଟ କରିଛି କୋଟି କୋଟି ଟଙ୍କାର ଗଛ'

ବାତ୍ୟା 'ଫନି' ସବୁ କିଛି ଛାରଖାର କରିଦେଇଛି । କାହାର ଘର ନାହିଁ ତ କାହାର ବେଉସା ବୁଡିଯାଇଛି । ତେବେ ବାତ୍ୟା 'ଫନି' ରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଜଙ୍ଗଲ । ପ୍ରାୟ 9 ଲକ୍ଷ ଗଛ ଜଙ୍ଗଲ ଓ ଅଭୟାରଣ୍ୟ ଅଞ୍ଚଳରେ ନଷ୍ଟ ହୋଇଛି ।

By

Published : May 11, 2019, 10:10 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ବାତ୍ୟା 'ଫନି' ସବୁ କିଛି ଛାରଖାର କରିଦେଇଛି । କାହାର ଘର ନାହିଁ ତ କାହାର ବେଉସା ବୁଡିଯାଇଛି । ତେବେ ବାତ୍ୟା 'ଫନି' ରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଜଙ୍ଗଲ । ପ୍ରାୟ 9 ଲକ୍ଷ ଗଛ ଜଙ୍ଗଲ ଓ ଅଭୟାରଣ୍ୟ ଅଞ୍ଚଳରେ ନଷ୍ଟ ହୋଇଛି । ଏହି ନଷ୍ଟ ହୋଇଥିବା ଗଛର ମୂଲ୍ୟ ପ୍ରାୟ 270 କୋଟି ହେବ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ତେବେ ଏହାକୁ ବାଦ ଦେଲେ ବାହାରେ ନଷ୍ଟ ହୋଇଥିବା ପ୍ରାୟ 5 ଲକ୍ଷ ଗଛର ମୂଲ୍ୟ 150 କୋଟି ଟଙ୍କା ହେବ ବୋଲି ଜଣାପଡିଛି । ବୃକ୍ଷରୋପଣ ପାଇଁ ଚାରା ନଷ୍ଟ ହୋଇଛି ଯାହାର ମୂଲ୍ୟ 39 କୋଟି ଟଙ୍କା ହେବ । ଜଙ୍ଗଲ ରାସ୍ତା, ଇକୋ ଟୁରିଜମି ବାବଦରେ 78 କୋଟି ଟଙ୍କା ହେବ । ମୋଟ 537 କୋଟି ଟଙ୍କା ମୋଟ କ୍ଷତି ହୋଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details