ଓଡିଶା

odisha

ETV Bharat / city

କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ପୋଲିସ ହକି ଟିମ - ଭୁବନେଶ୍ବର ଖବର

କଳିଙ୍ଗରେ ପୁଣି ହକି ମହା ଲଢେଇ । ମୁହାଁମୁହିଁ ହେବେ ଦେଶରେ ଥିବା ବିଭିନ୍ନ ପୋଲିସ ହକି ଟିମ । ଅଧିକ ଖବର ପଢନ୍ତୁ...

କଳିଙ୍ଗ ଷ୍ଟାଡିୟମ ହକି ଟର୍ଫରେ ମୁହାଁମୁହିଁ ହେବେ ପୋଲିସ ହକି ଟିମ
କଳିଙ୍ଗ ଷ୍ଟାଡିୟମ ହକି ଟର୍ଫରେ ମୁହାଁମୁହିଁ ହେବେ ପୋଲିସ ହକି ଟିମ

By

Published : Dec 15, 2019, 2:49 PM IST

Updated : Dec 15, 2019, 3:14 PM IST

ଭୁବନେଶ୍ବର: କଳିଙ୍ଗରେ ପୁଣି ହକି ମହା ଲଢେଇ । ମୁହାଁମୁହିଁ ହେବେ ଦେଶରେ ଥିବା ବିଭିନ୍ନ ପୋଲିସ ହକି ଟିମ । ୧୬ ଡିସେମ୍ବରରୁ କଳିଙ୍ଗ ଷ୍ଟାଡିୟମ ହକି ଟର୍ଫରେ ଖେଳାଯିବ ୬୮ ତମ ସର୍ବଭାରତୀୟ ପୋଲିସ ହକି ଚାମ୍ପିୟନସିପ । ଏନେଇ ତୟାର ଓଡିଶା ପୋଲିସ । ଏଥିପାଇଁ ଉନ୍ମୋଚିତ ହୋଇଛି ଚାମ୍ପିୟନସିପର ଲୋଗୋ ଆଉ ମାସ୍କଟ ଅଲି ।

କଳିଙ୍ଗ ଷ୍ଟାଡିୟମ ହକି ଟର୍ଫରେ ମୁହାଁମୁହିଁ ହେବେ ପୋଲିସ ହକି ଟିମ

ପୋଲିସ ଡିଜି ଓ ବିଭିନ୍ନ ରାଜ୍ୟର ପୋଲିସ ହକି ଟିମ ଅଫିସିଆଲଙ୍କ ଉପସ୍ଥିତିରେ ଉନ୍ମୋଚିତ କରାଯାଇଛି । ଏଥର ଚାମ୍ପିୟନସିପରେ ଭାଗନେଇଛନ୍ତି ଦେଶର ୨୫ଟି ଟିମର ୫୦୦ ଖେଳାଳି । ଯେଉଁଥିରେ ରହିଛନ୍ତି ବିଭିନ୍ନ ରାଜ୍ୟ ପୋଲିସ ହକି ଟିମ ସହ ସିଆରପିଏଫ, ବିଏସଏଫ, ଆର୍ମି ହକି ଟିମ ।

ତେବେ ଗତ ଚାମ୍ପିୟନସିପର ସେମିଫାଇନାଲିଷ୍ଟ ଓଡିଶା ପୋଲିସ ହକି ଟିମ ମଧ୍ୟ ପ୍ରସ୍ତୁତ ରହିଛି । ଏଥର ଦମଦାର ଡିଫେଣ୍ଡର ସହ ଜବରଦସ୍ତ ଫରୱାର୍ଡ ପ୍ଲେୟାର ଓ ପାୱାରଫୁଲ ଗୋଲକିପର ଟିମ ପାଇଁ ଫୁଲ ଜୋସ ଆଣିଛି । ହୋମଗ୍ରାଉଣ୍ଡ ଓ ହୋମ କ୍ରାଉଡରେ ଭଲ ପ୍ରଦର୍ଶନ ପାଇଁ ଆଶା ରଖିଛନ୍ତି ଓଡିଶା ପୋଲିସ ହକି ଟିମ ।

ପ୍ରଥମଥର ପାଇଁ ଓଡିଶାରେ ଆୟୋଜିତ ଚାମ୍ପିୟନସିପ ପାଇଁ ସର୍ବସାଧାରଣ ନିମନ୍ତେ ମ୍ୟାଚ ଦେଖିବା ପାଇଁ ସୁଯୋଗ ରହିଛି । ଆସନ୍ତା ୨୪ ତାରିଖ ଯାଏଁ ଖେଳାଯିବ ମ୍ୟାଚ । ତେବେ ଗତ ୬୭ ତମ ଜଳନ୍ଧରରେ ଖେଳାଯାଇଥିବା ଚାମ୍ପିୟନସିପରେ ସିଆରପିଏଫ ଟିମ ଚାମ୍ପିୟନ ହୋଇଥିବା ବେଳେ ବିଏସଏଫ ଟିମ ରନର୍ସ ଅଫ ରହିଥିଲା ।

ପଞ୍ଜାବ ଟିମ ତୃତୀୟ ସ୍ଥାନରେ ଥିବା ବେଳେ ଓଡିଶା ପୋଲିସ ହକି ଟିମ ସେମିଫାଇନାଲରୁ ହାରି ୪ର୍ଥ ସ୍ଥାନ ଅକ୍ତିଆର କରିଥିଲା ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Last Updated : Dec 15, 2019, 3:14 PM IST

ABOUT THE AUTHOR

...view details