ଓଡିଶା

odisha

ବିନା ପରିଚୟ ପତ୍ରରେ ଟିକା ନେବେ ସାଧୁସନ୍ଥ, ଭିକ୍ଷୁକ ଓ ମାନସିକ ବିକାରଗ୍ରସ୍ତ

By

Published : May 12, 2021, 4:59 PM IST

Updated : May 12, 2021, 5:17 PM IST

ରାଜ୍ୟରେ ଥିବା ସାଧୁ, ସନ୍ଥ, ଅସହାୟ, ଭିକାରୀ, ଯାଯାବର ଓ ମାନସିକ ବିକୃତଙ୍କୁ ଦିଆଯିବ କୋରୋନା ଟିକା । ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

Vaccines will be given to saints,beggars and mentally ill person in odisha
ସାଧୁ, ସନ୍ଥ, ଭିକ୍ଷୁକ ଓ ମାନସିକ ବିକୃତଙ୍କୁ ଦିଆଯିବ ଟୀକା

ଭୁବନେଶ୍ବର:ରାଜ୍ୟରେ ଥିବା ସାଧୁ, ସନ୍ଥ, ଅସହାୟ, ଭିକାରୀ, ଯାଯାବର ଓ ମାନସିକ ବିକୃତ ଲୋକଙ୍କ ନିକଟରେ କୋଭିଡର ଲକ୍ଷଣ ଦେଖିବାକୁ ମିଳୁଛି । ତେଣୁ ସେମାନଙ୍କୁ ମଧ୍ୟ ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏଭଳି ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଟିକା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

ସାଧୁ, ସନ୍ଥ, ଭିକ୍ଷୁକ ଓ ମାନସିକ ବିକୃତଙ୍କୁ ଦିଆଯିବ ଟୀକା

ସ୍ବାସ୍ଥ୍ୟ ବିଭାଗର ଅତିରକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ ଓ ମ୍ୟୁନସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି । ରାଜ୍ୟରେ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦିନକୁ ଦିନ ଆକ୍ରାନଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି । କୋରୋନାକୁ ମାତ ଦେବା ପାଇଁ ଟିକାକରଣ କାର୍ଯ୍ୟକୁ ଜୋରଦାର କରିଛନ୍ତି ସରକାର । ଏଥିରେ ରାଜ୍ୟରେ ଥିବା ସାଧୁ, ସନ୍ଥ, ଅସହାୟ, ଭିକାରୀ, ଯାଯାବର ଓ ମାନସିକ ବିକୃତ ଲୋକଙ୍କୁ ଟିକା ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏଭଳି ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବାକୁ ସ୍ବାସ୍ଥ୍ୟ ବିଭାଗର ଅତିରକ୍ତ ଶାସନ ସଚିବ ସବୁ ଜିଲ୍ଲାପାଳ ଓ ମ୍ୟୁନସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି । ସେମାନଙ୍କୁ ଚିହ୍ନଟ କରି ଟିକାକରଣ ପ୍ରକ୍ରିୟାରେ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ରାଜ୍ୟରେ 10 ହଜାରରୁ ଉର୍ଦ୍ଦ୍ବ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକୁ ଦିନ ରାଜ୍ୟରେ କୋରୋନ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ ମଧ୍ୟ 18 ରୁ 44 ବର୍ଷ ବୟସ୍କଙ୍କୁ ଦିଆଯାଉଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

Last Updated : May 12, 2021, 5:17 PM IST

ABOUT THE AUTHOR

...view details