ଭୁବନେଶ୍ବର: ରାଜଧାନୀରେ ଟୀକାକରଣ ନେଇ ବିଏମସି ପକ୍ଷରୁ ସୂଚନା । ଘରୋଇ ହସ୍ପିଟାଲରେ ଟୀକାକରଣ ନେଇ ବିଏମସିର ସ୍ପଷ୍ଟୋକ୍ତି । ଘରୋଇ ହସ୍ପିଟାଲ ପାଇଁ ଆବଶ୍ୟକୀୟ ଟିକା ମହଜୁଦ ନାହିଁ । ତେଣୁ, ଟିକା ଆସିଲେ ଘରୋଇ ହସ୍ପିଟାଲରେ ମିଳିବ । ସୋମବାର ରାଜଧାନୀର ଘରୋଇ ହସ୍ପିଟାଲରେ ଟୀକାଦାନ ନେଇ ଏହି ପ୍ରତିକ୍ରିୟା ଦେଇଛନ୍ତି ବିଏମସି କମିଶନର ।
ଭୁବନେଶ୍ୱରରେ ପୂର୍ବରୁ ୩୧ଟି ପ୍ରାଇଭେଟ୍ ହସ୍ପିଟାଲକୁ ପ୍ରଥମ ଫେଜରେ ଏମପାନେଲ କରାଯାଇଥିଲା । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ପ୍ରାଇଭେଟ୍ ହସ୍ପିଟାଲକୁ ଟିକା ଦିଆଯାଇ ନାହିଁ । କାରଣ ୧୮-୪୪ ବର୍ଗର ହିତାଧିକାରୀମାନଙ୍କ ଲାଗି ଦେଢ଼ ଲକ୍ଷ ଟିକା ଆସିଥିଲା । ଏହାପରେ ବିଏମସି ତରଫରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍ଲଟ ବୁକିଂ ସରିଛି । ତେଣୁ ସେ ସମସ୍ତ ବୁକିଂ କ୍ୟାନସଲ୍ କରାଯାଇପାରିବ ନାହିଁ । ନୂଆ ଭ୍ୟାକ୍ସିନ ଆସିଲେ ପ୍ରାଇଭେଟ୍ ହସ୍ପିଟାଲକୁ ଦେବା ନେଇ ବ୍ୟବସ୍ଥା କରିବୁ ବୋଲି କହିଛନ୍ତି କମିଶନର ।
ଏଯାବତ ରାଜଧାନୀରେ ପାଖାପାଖି ୫ ଲକ୍ଷ ହିତାଧିକାରୀ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ଟିକା ନେଇସାରିଲେଣି । ସେହିପରି ଏସପ୍ଲାନେଡ୍ ମଲ୍ ପରି ଆଉ ୩ ଟି ସ୍ଥାନରେ ବିଏମସି ଭ୍ୟାକ୍ସିନ ଇନ୍ ଭ୍ରାଇଭ୍ ପାଇଁ ବ୍ୟବସ୍ଥା କରୁଛି । ଯେଉଁଠି ୪୫ ବର୍ଷରୁ ଊର୍ଦ୍ଧ୍ବ ହିତାଧିକାରୀମାନେ ଦ୍ବିତୀୟ ଡୋଜ୍ ଟିକା ସ୍ଲଟ୍ ବୁକ୍ କରି ନେଇପାରିବେ । ଏନେଇ ଆଜି ବିଏମସି ଟ୍ବିଟରରେ ଜଣାଇଦିଆଯିବ ।