ଭୁବନେଶ୍ବର:ରାଜ୍ୟର ୧୬୦ ସ୍ଥାନରେ ହେବ ଟୀକାକରଣ । ରାଜ୍ୟର ସମସ୍ତ ଭ୍ୟାକ୍ସିନେସନ ସେସନ ସାଇଟ ନିର୍ଦ୍ଧାରଣ କରାଯାଇଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
କୋରୋନା ଟୀକାକରଣ ପାଇଁ ରାଜ୍ୟରେ ସରକାରୀ ହସ୍ପିଟାଲ, ସିଏଚସି, ପିଏଚସି ଓ ପ୍ରାଇଭେଟ ହସ୍ପିଟାଲକୁ ମିଶାଇ ୧୬୦ ସ୍ଥାନରେ ଟୀକାକରଣ କରାଯିବା ବ୍ୟବସ୍ଥା କରାଯାଇଛି। ରାଜ୍ୟ ସ୍ତରରେ କିପରି ପ୍ରସ୍ତୁତି ଚାଲିଛି ସେ ସଂକ୍ରାନ୍ତରେ ଆଲୋଚନା କରାଯାଛି । ରାଜ୍ୟରେ ଭ୍ୟାକ୍ସିନେସନ ପାଇଁ ପର୍ଯ୍ୟାୟ କ୍ରମେ ସମସ୍ତ ପ୍ରକାର ଉପକରଣ ଆସୁଛି। ଏବେ ଯେତିକି ଅଛି କିଛି ପ୍ରଥମ ପର୍ଯ୍ୟାୟ ଟୀକାକରଣ ପାଇଁ ଅସୁବିଧା ନାହିଁ। ଯେଉଁଠି ଡ୍ରାଏ ରନ କରାଯାଇଛି ସେଠାରେ ଟୀକାକରଣ ପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତ ରହିଛି ।