ଭୁବନେଶ୍ବର:ରାଜ୍ୟରେ ଟିକା ଅଭାବ ସମସ୍ୟା ଲାଗିରହିିଛି । ଏଥିପାଇଁ ଆଜି (ବୁଧବାର) ରାଜ୍ୟରେ 11 ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ । ରାଜ୍ୟରେ ଟିକା ସଙ୍କଟ କାରଣରୁ 11ଟି ଜିଲ୍ଲାରେ ବନ୍ଦ ରହିବ ଟୀକାକରଣ । ଅନ୍ୟପକ୍ଷେ ରାଜ୍ୟରେ 396ଟି କେନ୍ଦ୍ରରେ ଟୀକାକରଣ କରାଯିବ ।
ବର୍ତ୍ତମାନ ରାଜ୍ୟରେ ଘୋର ଟିକା ସଙ୍କଟ ଦେଖାଯାଇଛି । ଫଳରେ ଦୈନିକ ଟୀକାକରଣରେ ଉପୁଜୁଛି । ଦୈନିକ ଭାବେ ହେବାକୁ ଥିବା ଅନେକ ସ୍ଥାନରେ ଟୀକାକରଣ ଠିକ ଭାବରେ ପରିଚାଳନା ହୋଇପାରୁନାହିଁ । ସେହିପରି ସମାନ କାରଣ ପାଇଁ ରାଜ୍ୟରେ ଆଜି 11ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ତେବେ ଆଜି ରାଜ୍ୟରେ 396ଟି କେନ୍ଦ୍ରରେ ଟିକା ପ୍ରଦାନ କରାଯିବ ।