ଭୁବନେଶ୍ବର : ରାଜ୍ୟରେ ଜୋରଦାର ଟୀକାକରଣ ଚାଲିଥିବା ବେଳେ ରାଜ୍ୟରେ ଘରୋଇ ହସ୍ପିଟାଲରେ କରାଯାଉଥିବା ଟୀକାକରଣକୁ ସରକାର ବାତିଲ କରିଛନ୍ତି ।
ବର୍ତ୍ତମାନ ସଂଶୋଧିତ କୋରୋନା ଟୀକାକରଣ ଅଭିଯାନ ଅଧୀନରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଟୀକା ଯୋଗାଇ ଦିଆଯିବ । 18 ବର୍ଷରୁ ଅଧିକ ନାଗରିକଙ୍କ ଟୀକାକରଣ ପାଇଁ ଘରୋଇ ଡାକ୍ତରଖାନାକୁ ଟିକା ଯୋଗାଣ ବନ୍ଦ କରିବାକୁ ଏବଂ ଘରୋଇ ହସ୍ପିଟାଲରୁ ଟିକା ଷ୍ଟକ୍ ପ୍ରତ୍ୟାହାର କରିବାକୁ ଅନୁରୋଧ କରାଯାଇଛି ।