ଭୁବନେଶ୍ବର: କୋରୋନା ବିରୋଧରେ ସାରା ଦେଶରେ ଜୋରସୋର ଚାଲିଛି ଟୀକାକରଣ ଅଭିଯାନ । ଆଜି(ସୋମବାର) ରାଜ୍ୟରେ 1730ଟି କେନ୍ଦ୍ରରେ ଟୀକାକରଣ ଚାଲିଛି । ରାଜ୍ୟରେ ଟୀକାକରଣକୁ ତ୍ବାରାନ୍ବିତ କରିବା ପାଇଁ ରାଜ୍ୟ ସରକାର ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ।
ରାଜ୍ୟରେ 9 ଲକ୍ଷ 52 ହଜାର 820 କୋଭିସିଲ୍ଡ ରହିଥିବା ବେଳେ 3 ଲକ୍ଷ 91 ହଜାର 540 କୋଭାକ୍ସିନ ଟିକା ରହିଛି । ଅନ୍ୟପଟେ ରାଜ୍ୟରେ ଟୀକାକରଣ ଜୋରଦାର କରାଯାଉଥିବା ବେଳେ ସମସ୍ତଙ୍କୁ ଟୀକା ନେବାକୁ ଅନୁରୋଧ କରୁଛନ୍ତି ରାଜ୍ୟ ସରକାର । ଦ୍ବିତୀୟ ଲହର ଶେଷ ହୋଇନାହିଁ, ଡରାଇଲାଣି ତୃତୀୟ ଲହର । ଏଭଳି ସ୍ଥିତିରେ ମହାମାରୀକୁ ମାତ ଦେବାକୁ ଟିକା ହିଁ ସଂଜୀବନୀ । ଟୀକାରଣର ଯେତେ ଦ୍ରୁତ ଗତିରେ ଆଗେଇବା ସେତେ ଶୀଘ୍ର ଜୀବନ ଜୀବିକା ଟ୍ରାକକୁ ଫେରିବ ।