ଭୁବନେଶ୍ବର:ରାଜ୍ୟରେ ବଢିଲା ଟୀକାକରଣ କେନ୍ଦ୍ର । ଏବେ ରାଜ୍ୟର ପ୍ରାୟ ୧୭୭୪ଟି କେନ୍ଦ୍ରରେ ଚାଲିଛି ଟୀକାକରଣ । ପୂର୍ବରୁ ରାଜ୍ୟରେ ୧୬ଶହ କେନ୍ଦ୍ରରେ ଟୀକାକରଣ ଚାଲିଥିବାବେଳେ ଏବେ ଏହାର ସଂଖ୍ୟା ବୃଦ୍ଧି ପାଇଛି । ତେବେ ଦୈନିକ ଚାରି ଲକ୍ଷ ଟୀକାକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଆବଶ୍ୟକ ପଡ଼ିଲେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଟୀକାକରଣ କେନ୍ଦ୍ର କରାଯିବା ନେଇ ସୂଚନା ମିଳିଛି । ଏବେ ଗ୍ରାମାଞ୍ଚଳରେ ଅଧିକ ଟୀକାକରଣ ଉପରେ ସରକାର ଫୋକସ କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।
ସେପଟେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଟୀକାକରଣ ହୋଇଛି । ୬୦ ପ୍ରତିଶତରୁ ଅଧିକ ଗ୍ରାମାଞ୍ଚଳରେ ଟୀକାକରଣ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ୨କୋଟି ୮୩ ଲକ୍ଷ ୨୯ ହଜାର ୩୯୬ ଡୋଜ ଟୀକାକରଣ ହୋଇଛି । ତେବେ ପ୍ରଥମ ଡୋଜରେ ୨ କୋଟି ୭୯ ଲକ୍ଷ ୫୫୧୪ ଜଣଙ୍କୁ ଟୀକାକରଣ କରାଯାଇଥିବାବେଳେ ଦ୍ବିତୀୟ ଡୋଜରେ ୭୫ ଲକ୍ଷ ୩୩ ହଜାର ୮୮୨ ଜଣଙ୍କୁ ଟୀକାକରଣ କରାଯାଇଛି ।