ଓଡିଶା

odisha

ETV Bharat / city

ଆଜି 4 ଜିଲ୍ଲାର 12ଟି କେନ୍ଦ୍ରରେ ଟୀକାକରଣ - ଟିକା

ରାଜ୍ୟରେ ଲାରି ରହିଛି ଟିକା ଅଭାବ । ଆଜି(ରବିବାର) କେବଳ 4ଟି ଜିଲ୍ଲାର 12ଟି କେନ୍ଦ୍ରରେ ଟୀକାକରଣ ହେବ । ଅଧିକ ପଢନ୍ତୁ...

ଆଜି 4 ଜିଲ୍ଲାର 12ଟି କେନ୍ଦ୍ରରେ ଟୀକାକରଣ
ଆଜି 4 ଜିଲ୍ଲାର 12ଟି କେନ୍ଦ୍ରରେ ଟୀକାକରଣ

By

Published : Jul 11, 2021, 7:22 AM IST

Updated : Jul 11, 2021, 7:36 AM IST

ଭୁବନେଶ୍ବର: ରାଜ୍ୟରେ ଲାରି ରହିଛି ଟିକା ଅଭାବ । ଫଳରେ ପ୍ରତିଦିନ ହେଉଥିବା ଟୀକାକରଣକୁ କମାଇ ଦେଇଛି ସ୍ବାସ୍ଥ୍ୟ ବିଭାଗ । ଟିକା ନ ଥିବାରୁ ଆଜି(ରବିବାର) କେବଳ 4ଟି ଜିଲ୍ଲାର 12ଟି କେନ୍ଦ୍ରରେ ଟୀକାକରଣ ହେବ । ଅନ୍ୟ ସବୁ ଜିଲ୍ଲା ଓ ଟୀକାକରଣ କେନ୍ଦ୍ରରେ ସମୂର୍ଣ୍ଣ ବନ୍ଦ ରହିବ ଟିକା ପ୍ରଦାନ ।

ସ୍ବାସ୍ଥ୍ୟବିଭାଗର ସୂଚନା ଅନୁସାରେ, ଗଞ୍ଜାମର 4ଟି, ନବରଙ୍ଗପୁର 4ଟି. ପୁରୀର 3ଟି, ସୁନ୍ଦରଗଡର ଗୋଟିଏ କେନ୍ଦ୍ରରେ ଟିକାଦାନ କରାଯିବ । ବର୍ତ୍ତମାନ ରାଜ୍ୟରେ ମାତ୍ର 41 ହଜାର, 290 ଡୋଜ କୋଭିସିଲ୍ଡ ଓ 3 ଲକ୍ଷ 54 ହଜାର 130 କୋଭାକ୍ସିନ ଟିକା ଉପଲବ୍ଧ ରହିଛି ।

ରାଜ୍ୟରେ କେବଳ ଭୁବନେଶ୍ବର ଓ ଗଞ୍ଜାମରେ କୋଭାକ୍ସିନ ଟିକା ଦିଆଯାଉଥିବାବେଳେ ଅନ୍ୟ ସମସ୍ତ ଜିଲ୍ଲାରେ କୋଭିସିଲ଼୍ଡ ଟିକା ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 1,33,32,695ଜଣଙ୍କୁ ଟିକା ଦିଆଯାଇଛି । ତେବେ କୋଭିସିଲ୍ଡ ଟିକା ଅଭାବରୁ ଟୀକାକରଣ ବାଧାପ୍ରାପ୍ତ ହୋଇଛି । ଆଗକୁ ଯଦି ରାଜ୍ୟରେ ପର୍ଯ୍ୟପ୍ତ ପରିମାଣର ଟିକା ନ ଆସେ ଟୀକାକରଣ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

Last Updated : Jul 11, 2021, 7:36 AM IST

ABOUT THE AUTHOR

...view details