ଭୁବନେଶ୍ବର:1936 ମସିହା ଆଜିର ଦିନରେ ଆମ ରାଜ୍ଯ ଓଡିଶା ପାଇଥିଲା ନୂଆ ପରିଚୟ । ନବଗଠିତ ରାଜ୍ୟ ଭାବରେ ଦେଶର ମାନଚିତ୍ରରେ ସ୍ଥାନ ପାଇଥିଲା ଉତ୍କଳ ପ୍ରଦେଶ । ଓଡିଶା ନବଗଠିତ ହେବା ସ୍ମୃତିରେ ପ୍ରତି ବର୍ଷ ଏପ୍ରିଲ ମାସ 1 ତାରିଖକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଏ ।
ଆଜିର ଦିନ ଓଡିଶା ଇତିହାସରେ ଏକ ସ୍ମରଣୀୟ ମୁହୂର୍ତ୍ତ । ଭାଷା ଭିତ୍ତିରେ ଏକ ପ୍ରଦେଶ ଗଠନର ସ୍ବପ୍ନ ସହତି ଜଡିତ ଓଡିଆ ଜାତିର ସ୍ବାଭିମାନର ଏକ ସ୍ମାରକ ଜନ୍ମ ନେଇଥିଲା । ଉତ୍କଳ ପରି ଦେବଭୂମି ଓ ଦେବ ଭୂମି ବିରଳ । ନଦନଦୀ, ପ୍ରକୃତି ପ୍ରାଚୂର୍ଯ୍ୟରେ ପରିପୂର୍ଣ୍ଣ ଉତ୍କଳ ଏକ ପ୍ରାଣମୟ ଭୂଖଣ୍ଡ ସମଗ୍ର ଭାରତ ବର୍ଷରେ ଏକ ଉନ୍ନତ ତଥା ବିଭବଶାଳୀ ରାଜ୍ୟ ଭାବେ ପରିଚିତ । ପ୍ରତିବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରାଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ ।
1568 ମସିହାରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତି ଅପ୍ରାଣ ପ୍ରାଣେ ଚେଷ୍ଟା କରିଆସୁଥିଲେ । ସେମାନଙ୍କ ନେତୃତ୍ବରେ ବିଭିନ୍ନ ପ୍ରାନ୍ତରେ ଆନ୍ଦୋଳନ ତେଜିଲା ।