ଓଡିଶା

odisha

ETV Bharat / city

ନଡ଼ିଆ ଖୋଳରୁ ଘରସଜ୍ଜା ସାମଗ୍ରୀ, ଦେଖିବାକୁ ଜମୁଛି ଭିଡ

ଶ୍ରଦ୍ଧା ଆର୍ଟ ନାମକ ଏକ ଅନୁଷ୍ଠାନ ଫୋପାଡ଼ି ଦିଆଯାଉଥିବା ନଡ଼ିଆ ସଢ଼େଇରୁ ଅନେକ ଘରକରଣା ଓ ସାଜସଜ୍ଜା ଜିନିଷ ତିଆରି କରୁଛି । ଅଧିକ ପଢନ୍ତୁ...

By

Published : Jan 11, 2020, 4:27 AM IST

ନଡ଼ିଆ ଖୋଳରୁ ଘରସଜ୍ଜା ସାମଗ୍ରୀ, ଦେଖିବାକୁ ଜମୁଛି ଭିଡ
ନଡ଼ିଆ ଖୋଳରୁ ଘରସଜ୍ଜା ସାମଗ୍ରୀ, ଦେଖିବାକୁ ଜମୁଛି ଭିଡ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ମନ୍ଦିର ମାଳିନୀ ସହର । ଆଉ ମନ୍ଦିରରେ ଭୋଗ ଆକାରରେ ଦିଆ ଯାଉଥିବା ନଡିଆ ସଢେଇରୁ ଏବେ ମନ ଲୋଭା ଘରକରଣା ଜିନିଷ ତିଆରି ବି ହେଉଛି । ଯାହାକୁ ଦେଖିବା ପାଇଁ ଭୁବନେଶ୍ବରରେ ଚାଲିଥିବା ଏମଏସଏମଇ ମେଳାରେ ଲୋକଙ୍କ ଭିଡ଼ ଜମୁଛି ।

ନଡ଼ିଆ ଖୋଳରୁ ଘରସଜ୍ଜା ସାମଗ୍ରୀ, ଦେଖିବାକୁ ଜମୁଛି ଭିଡ

ଶ୍ରଦ୍ଧା ଆର୍ଟ ନାମକ ଏକ ଅନୁଷ୍ଠାନ ଫୋପାଡ଼ି ଦିଆଯାଉଥିବା ନଡ଼ିଆ ସଢ଼େଇରୁ ଅନେକ ଘରକରଣା ଓ ସାଜସଜ୍ଜା ଜିନିଷ ତିଆରି କରୁଛି । ଅନୁଷ୍ଠାନର କହିବା ମୁତାବକ ବର୍ତ୍ତମାନ ରାଜଧାନୀରେ ଥିବା ମନ୍ଦିରରୁ ଦିନକୁ ହାରାହାରି 4 ଟ୍ରକ ନଡ଼ିଆ ସଢେଇ ବାହାରୁଛି । ଯାହାକୁ ସେମାନେ ବିଭିନ୍ନ ମଧ୍ୟାମରେ ସଂଗ୍ରହ କରି ଏହି ଭଳି ସୂକ୍ଷ୍ମ ଜିନିଷ ସବୁ ତିଆରି କରୁଛନ୍ତି ।
ଏହି ମେଳାରେ 100 ଟଙ୍କାରୁ ଆରମ୍ଭ କରି 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ରହିଥିବାର ସୂଚନା ଦେଇଛନ୍ତି ବ୍ୟବସାୟୀ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details