ଓଡିଶା

odisha

ETV Bharat / city

ଉନ୍ନତି ଭବନକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ - ଉନ୍ନତି ଭବନ ଉଦଘାଟନ

ଲୋକମାନଙ୍କ ଉଦେଶ୍ୟରେ ଲୋକାର୍ପଣ ହେଲା ଉନ୍ନତି ଭବନ। ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ଖବର ପଢନ୍ତୁ...

urnnati bhaban
ଉନ୍ନତି ଭବନକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

By

Published : Feb 29, 2020, 10:04 PM IST

ଭୁବନେଶ୍ବର: ସ୍ଥାନୀୟ ସତ୍ୟନଗର ଠାରେ ନିର୍ମିତ ଉନ୍ନତି ଭବନକୁ ଶନିବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ନୂତନ ଭାବେ ଗଠନ କରାଯାଇଥିବା ଓଡିଶା ପୌର ପ୍ରଶାସନ ସେବା(OMAS)ରେ 28 ଜଣ ଓ ଓଡିଶା ପୌର ଯୋଜନା ସେବା (OMPS)ରେ 12ଜଣ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।

ଉନ୍ନତି ଭବନକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାଗା ମିଶନର କାର୍ଯ୍ୟାଳୟକୁ ମଧ୍ୟ ଉଦଘାଟନ କରିଛନ୍ତି । ନୂତନ ଭାବେ ନିଯୁକ୍ତି ପାଇବାକୁ ଥିବା ଅଧିକାରୀମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ 5ଟି ଆଧାରରେ କାର୍ଯ୍ୟ କରିବା ସହ ଲୋକମାନଙ୍କୁ ପ୍ରାଥମିକତା ଦେଇ ସେମାନଙ୍କ ହିତ ସାଧନ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି।

ଉନ୍ନତି ଭବନକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ସୂଚନାଯୋଗ୍ୟ କି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ବାରା ସତ୍ୟନଗରର 2 ଏକର ଜମିରେ ଏହି ଉନ୍ନତି ଭବନ ନିର୍ମିତ ହୋଇଛି। ଯେଉଁଥି ପାଇଁ 30 କୋଟି ଟଙ୍କା ବିନିଯୋଗ କରାଯାଇଥିବା ବେଳେ ଗ୍ରାଉଣ୍ଡ ଫ୍ଲୋରକୁ ମିଶାଇ 5ଟି ଫ୍ଲୋର ପାର୍କିଂ ,କନ୍ଫରେନ୍ସ ହଲ ଓ ଅନ୍ୟାନ୍ୟ ସୁବିଧା ରହିଛି।

ଏଥିରେ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ଓଡିଶା ୱାଟର ସପ୍ଲାଏ ଓ ସ୍ବେରେଜ ବୋର୍ଡ, ପବ୍ଲିକ ହେଲଥ ଇଞ୍ଜିନିୟରିଂ, ୱାଟକୋ, ଆବାସ ମିଶନ ଓ ଜାଗା ମିଶନ ଭଳି ଅନୁଷ୍ଠାନ ଗୁଡିକ ରହିଛି। ତେବେ ସମନ୍ବିତ ଭାବେ କାର୍ଯ୍ୟ କରିବା ସହ ଜନସାଧାରଣଙ୍କୁ ପୌର ସେବା ପ୍ରଦାନ କରିବାରେ ସାହାଯ୍ୟ କରିବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details