ଓଡିଶା

odisha

ଉପେନ୍ଦ୍ର ତ୍ରିପାଠୀ ହେଲେ ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା

By

Published : Aug 2, 2021, 7:10 PM IST

Updated : Aug 2, 2021, 8:09 PM IST

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ହେଲେ ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ଉପେନ୍ଦ୍ର ତ୍ରିପାଠୀ । ଅଧିକ ପଢନ୍ତୁ...

ଉପେନ୍ଦ୍ର ତ୍ରିପାଠୀ ହେଲେ ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା
ଉପେନ୍ଦ୍ର ତ୍ରିପାଠୀ ହେଲେ ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା

ଭୁବନେଶ୍ବର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ(OAVS)ର ଉପଦେଷ୍ଟା ତଥା ସଭାପତି ଭାବେ ନିଯୁକ୍ତ ହେଲେ ଅବସରପ୍ରାପ୍ତ IAS ଉପେନ୍ଦ୍ର ତ୍ରିପାଠୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପେନ୍ଦ୍ରଙ୍କ ନିଯୁକ୍ତିରେ ମୋହର ମାରିଛନ୍ତି । ବର୍ତ୍ତମାନ ଉପେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା (ଶିକ୍ଷା) ଭାବେ କାର୍ଯ୍ୟ କରୁଛନ୍ତି । ୧୯୮୦ ବ୍ୟାଚ କର୍ଣ୍ଣାଟକ କ୍ୟାଡରର ଆଇଏଏସ୍ ହେଉଛନ୍ତି ଉପେନ୍ଦ୍ର ତ୍ରିପାଠୀ । ପୂର୍ବରୁ ଆଦର୍ଶ ବିଦ୍ୟାଳୟ ସଂଗଠନ ନେଇ ତାଙ୍କର ଅଭିଜ୍ଞତା ରହିଛି । କର୍ଣ୍ଣାଟକରେ ଗୁଣାତ୍ମକ ଶିକ୍ଷାର ବିକାଶ ଦିଗରେ ସେ ପୂର୍ବରୁ କାର୍ଯ୍ୟ କରିଛନ୍ତି । ତେଣୁ OAVSର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।

ଉପେନ୍ଦ୍ର ହେଉଛନ୍ତି ଆନ୍ତର୍ଜାତୀୟ ଅନୁଷ୍ଠାନ ସୋଲାର ଆଲାଇନ୍ସର ପ୍ରଥମ ତଥା ପ୍ରତିଷ୍ଠାତା ନିର୍ଦ୍ଦେଶକ । ସାଧାରଣ ପ୍ରଶାସନରେ ଉତ୍କର୍ଷତା ପାଇଁ ବ୍ୟକ୍ତିଗତ ବର୍ଗରେ ସେ ସମ୍ମାନଜନକ ପ୍ରଧାନମନ୍ତ୍ରୀ ପୁରସ୍କାର ପାଇଛନ୍ତି । ଜଣେ ସରକାରୀ କର୍ମଚାରୀ ଭାବରେ କ୍ୟାରିଅରରେ ଅଭିନବତା ଏବଂ ନୂତନ ଚିନ୍ତାଧାରା ପାଇଁ ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି ।ସେ ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟର ସଚିବ ଥିଲେ । ବ୍ରୁସେଲ୍ସରେ ସେ ଭାରତୀୟ ଦୂତାବାସରେ କୃଷି ଏବଂ ସାମୁଦ୍ରିକ ଦ୍ରବ୍ୟର ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ରାଜସ୍ବ ପ୍ରଶାସନ, ଗ୍ରାମୀଣ ବିକାଶ, ପେଟ୍ରୋଲିୟମ ସଂରକ୍ଷଣ, କୃଷି ଏବଂ ଉଦ୍ୟାନ କୃଷି, କୃଷି ମାର୍କେଟିଂ, ଶିକ୍ଷା, ପରିବେଶ ଏବଂ ପରିବହନ କ୍ଷେତ୍ରରେ ତାଙ୍କର ଅନେକ ଅବଦାନ ରହିଛି ।

ଉପେନ୍ଦ୍ର ହେଉଛନ୍ତି ଗଞ୍ଜାମର ରମ୍ଭା ରାମବା କହାକାପୁରର ମୂଳ ବାସିନ୍ଦା । ରେଭେନ୍ସା କଲେଜରେ ଶିକ୍ଷା ଶେଷ ପରେ ଜେଏନୟୁ ଓ କାନାଡାର କାରଲେଟନ୍ ବିଶ୍ବବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଲାଭ କରିଛନ୍ତି । ଶିକ୍ଷା ବ୍ୟବସ୍ଥାର ପରିବର୍ତ୍ତନ ଲାଗି ବିନା ବେତନରେ ସେ ରାଜ୍ୟରେ କାର୍ଯ୍ୟ କରୁଛନ୍ତି । ତାଙ୍କର ଅଭିଜ୍ଞତା ନିଶ୍ଚିତ ଭାବରେ ସଂଗଠନକୁ ସମୃଦ୍ଧ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବାଦୀ ଅଛନ୍ତି । ଗତ ଜୁନ୍ ୩ ତାରିଖରେ ତତ୍କାଳୀନ ଉପଦେଷ୍ଟା ବିଜୟ କୁମାର ସାହୁଙ୍କ କୋରୋନାରେ ଦେହାନ୍ତ ପରେ ଏହି ପଦବୀ ଖାଲି ପଡ଼ିଥିଲା

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Aug 2, 2021, 8:09 PM IST

ABOUT THE AUTHOR

...view details