ଓଡିଶା

odisha

ETV Bharat / city

ହରଦୀପଙ୍କ ସହ ଧର୍ମେନ୍ଦ୍ରଙ୍କ ବୈଠକ: ଓଡ଼ିଶାର ତୈଳ ଏବଂ ଗ୍ୟାସ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା - Union Petroleum Minister

ରାଜ୍ୟରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକୁ ଆଗେଇବା ନେବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ଅଧିକ ପଢନ୍ତୁ...

ହରଦୀପଙ୍କ ସହ ଧର୍ମେନ୍ଦ୍ରଙ୍କ ବୈଠକ: ଓଡ଼ିଶାର ତୈଳ ଏବଂ ଗ୍ୟାସ ପ୍ରକଳ୍ପର ଅଗ୍ରଗତି ନେଇ କଲେ ଆଲୋଚନା
ହରଦୀପଙ୍କ ସହ ଧର୍ମେନ୍ଦ୍ରଙ୍କ ବୈଠକ: ଓଡ଼ିଶାର ତୈଳ ଏବଂ ଗ୍ୟାସ ପ୍ରକଳ୍ପର ଅଗ୍ରଗତି ନେଇ କଲେ ଆଲୋଚନା

By

Published : Aug 8, 2021, 9:07 PM IST

ଭୁବନେଶ୍ବର: ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ତୈଳ ଏବଂ ଗ୍ୟାସ ପ୍ରକଳ୍ପର ଅଗ୍ରଗତି ତଥା ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ବାବଦରେ କରିଛନ୍ତି ଆଲୋଚନା । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ସହ ହୋଇଛି ସାକ୍ଷାତ । କେନ୍ଦ୍ର ମନ୍ତ୍ରୀଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଆଲୋଚନା ହୋଇଛି।

ରାଜ୍ୟରେ ତୈଳ ଓ ଗ୍ୟାସ ପ୍ରକଳ୍ପର ସଠିକ୍ କ୍ରିୟାନ୍ବୟନ ନେଇ ଉଭୟ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଛନ୍ତି । ବିଶେଷ ଭାବରେ ପେଟ୍ରୋ କେମିକାଲ୍ସ, ସିଟି ଗ୍ୟାସ ବିତରଣ, ଇଥାନଲ, ସିବିଜି, ଏଲପିଜି, ପାଇପଲାଇନ, ଅନ୍ବେଷଣ ଏବଂ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ନେଇ ଧର୍ମେନ୍ଦ୍ର ଗୁରୁତ୍ବାରୋପ କରିଛନ୍ତି ।

ଏହି ବୈଠକ ଫଳପ୍ରଦ ହୋଇଥିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ସଠିକ୍ ସମୟରେ ଇନ୍ଧନ କ୍ଷେତ୍ରରେ ପ୍ରକଳ୍ପର କ୍ରିୟାନ୍ବୟନ କରାଗଲେ ପୂର୍ବ ଭାରତର ଉର୍ଜା ପ୍ରବେଶ ପଥ ଭାବରେ ଓଡ଼ିଶା ପ୍ରତିଷ୍ଠିତ ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ “ପୂର୍ବୋଦୟ”ସ୍ବପ୍ନକୁ ସାକାର କରିବ ବୋଲି କେନ୍ଦ୍ରମନ୍ତ୍ରୀ ସ୍ବଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details